ଭୁବନେଶ୍ୱର : ଭୁବନେଶ୍ୱର ଭରତପୁର ଥାନା ପୋଲିସ ଆର୍ମି ବିବାଦ ଘଟଣା । ଭରତପୁର ଥାନାରେ ହାଜର ହେଲେ ମେଜର ଓ ବାନ୍ଧବୀ । କମିଶନଙ୍କ ନିକରେ ବ୍ୟକ୍ତିଗତ ଭାବେ ହାଜର ହେଲେ ମେଜର ଓ ବାନ୍ଧବୀ । ତେବେ ଆଜି ସମସ୍ତ ପକ୍ଷଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଗଣ୍ଡଗୋଳ କରିଥିବା ଛାତ୍ରଙ୍କ ପକ୍ଷରୁ ଓକିଲ ହାଜର ହୋଇଥିବା ବେଳେ ହାଜର ହେବାକୁ ୧୬ ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ । ସେପଟେ ନଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓକିଲ ସନ୍ଦୀପ ରାଜ ପଣ୍ଡା ହେଲେ ହାଜର । ଏହା ସହ ନିଲମ୍ବିତ ତିନି ମହିଳା ଥାନା କର୍ମଚାରୀଙ୍କ ପାଇଁ ଓକିଲ ରାଜକୁମାର ରାଉତ ହେଲେ ହାଜର ।