ଭୁବନେଶ୍ୱର: ଭରତପୁର ଥାନା ମେଜର ଓ ବାନ୍ଧବୀ ନିର୍ଯାତନା ମାମଲା। ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ଙ୍କ ତଦନ୍ତ ଶେଷ। ଫେବୃଆରୀ ୨୮ ସୁଦ୍ଧା ସରକାର ଙ୍କୁ ରିପୋର୍ଟ ଦେବେ କମିଶନ। କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା। ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା। ମେଜର ବାନ୍ଧବୀ ଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ। କମିଶନ ଙ୍କ ନିକଟରେ ଆଉ ସମୟ ନଥିବାରୁ ତଦନ୍ତ କୁ ଶେଷ କରିଛନ୍ତି କମିଶନ। ସେପ୍ଟେମ୍ବର ୧୪ ତାରିଖରେ ରାତିରେ ଭରତ ପୂର୍ ଥାନା ଅଂଚଳରେ ଘଟିଥିଲା ଘଟଣା। ମେଜର ଏବଂ ତାଙ୍କ ବାନ୍ଧବୀ ଙ୍କ ଦୁର୍ବ୍ୟବହାର ଏବଂ ପରେ ଥାନାରେ ପୋଲିସ ସହ ଯୁକ୍ତିତର୍କ ଘଟଣା ସାମ୍ନାକୁ ଆସିଥିଲା। ପରେ ଏହାକୁ ନେଇ ସରକାର ତଦନ୍ତ କମିଶନ ବସାଇଥିଲେ।