ଫ୍ଲାଇଟ ମିସ୍ ପାଇଁ ଟଳିଗଲା ମୃତ୍ୟୁ…

0

ଠିକ୍ ସମୟରେ ସବୁଠି ପହଞ୍ଚିବାର ଅଭ୍ୟାସ ପ୍ରଶଂସନୀୟ ହୋଇପାରେ, କିନ୍ତୁ ବେଳେବେଳେ ବିଳମ୍ବରେ ପହଞ୍ଚି ଜୀବନ ବଞ୍ଚିଯାଇଥାଏ । ଭରୁଚର ଭୂମି ଚୌହାନଙ୍କ ୧୦ ମିନଟ ବିଳମ୍ବ ତାଙ୍କୁ ମୃତୁ୍ୟ ମୁଖରୁ ବଞ୍ଚାଇ ଦେଇଛି । ତାଙ୍କର ଟିକିଏ ଡେରି ପାଇଁ ସେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଚଢ଼ିପାରି ନଥିଲେ। ରାସ୍ତାରେ ଟ୍ରାଫିକ ଜାମ୍ ପାଇଁ ଭୂମି ଚୌହାନ ବିମାନ ବନ୍ଦରରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ । ଯେଉଁଥିପାଇଁ ଏୟାର ଇଣ୍ଡିଆ ତାଙ୍କୁ ଚେକ୍ ଇନ୍ କରିବାକୁ ଅନୁମତି ଦେଇ ନଥିଲା। ଏଥିପାଇଁ ସେ ଉଓଝୠ କର୍ମଚାରୀଙ୍କ ସହ ଝଗଡ଼ା କରିଥିଲେ, ବହୁତ ଯୁକ୍ତି କରିଥିଲେ, କିନ୍ତୁ ବିମାନବନ୍ଦର ସୁରକ୍ଷା ତାଙ୍କର କୈାଣସି କଥା ଶୁଣିନଥିଲେ । ଭୂମି ଏଥିରେ ବହୁତ ଦୁଃଖିତ ହୋଇ ଫେରି ଯାଇଥିଲେ । ମନେ ମନେ ସେ ନିଶ୍ଚୟ ଭାବିଥିବେ ଯେ ଲଣ୍ଡନର ଏତେ ମହଙ୍ଗା ଟିକେଟ୍ ନଷ୍ଟ ହୋଇଗଲା । ଲଣ୍ଡନ ଯାଇପାରିଲେ ନାହିଁ ଏବଂ କିଛି ଜରୁରୀ କାମ ଅଟକି ଗଲା । ହେଲେ ସେ ପରେ ଜାଣିବାକୁ ପାଇଲେ ଯେ ଫ୍ଲାଇଟ ସିନା ମିସ କଲେ ହେଲେ ତାଙ୍କ ଅମୂଲୂ ଜୀବନ ବଞ୍ଚିଗଲା । ତଥାପି ଯେତେବେଳେ ସେ ସମାନ ବିମାନ ଦୁର୍ଘଟଣାର ଖବର ଶୁଣିଲେ ସେ ସ୍ତବ୍ଧ ହୋଇଗଲେ।

ଭୂମି ଚୌହାନ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଗତକାଲି ଲଣ୍ଡନ ଫେରିବାକୁ ଯାଉଥିଲି। ମୋର ଉଡ଼ାଣ ସମୟ ଅପରାହ୍ନ ୧:୧୦ ଥିଲା, କିନ୍ତୁ ମୁଁ ବିମାନବନ୍ଦରରେ ପହଞ୍ଚିବା ବେଳକୁ ଦିନ ୧୨:୨୦ ହୋଇଥିଲା। ଏହାର ୧୦ ମିନିଟ୍ ପୂର୍ବରୁ, ଅର୍ଥାତ୍ ୧୨:୧୦ ରେ, ଏୟାର ଇଣ୍ଡିଆ ଚେକ୍-ଇନ୍ ବନ୍ଦ କରିଦେଇଥିଲା। ଚେକ୍-ଇନ୍ ଗେଟ୍ ପାଖରେ ପହଞ୍ଚିବା ପରେ, ମୁଁ ଅନେକ ଥର ମୋତେ ଭିତରକୁ ଯିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲି, ମାତ୍ର ୧୦ ମିନିଟ୍ ବିଳମ୍ବ ହୋଇଥିଲା। ଇମିଗ୍ରେସନ୍ ଏବଂ ଅନ୍ୟାନ୍ୟ ଔପଚାରିକତା ଯାହା ବି ଥିବ, ମୁଁ ସେଗୁଡ଼ିକୁ ଶୀଘ୍ର ସଫା କରିଦେବି, କିନ୍ତୁ ସୁରକ୍ଷା କର୍ମୀ ଏବଂ ଏୟାର ଇଣ୍ଡିଆର କର୍ମଚାରୀମାନେ ଶୁଣି ନଥିଲେ। ସେମାନେ ମୋତେ ଫେରାଇ ଦେଇଥିଲେ।” ଏୟାର ଇଣ୍ଡିଆର କର୍ମଚାରୀମାନେ ଭୂମିଙ୍କୁ କହିଥିଲେ ଯେ ସେ ୧୦ ମିନିଟ୍ ବିଳମ୍ବ ହେତୁ, ବିମାନ ଆହୁରି ୧୫ ମିନିଟ୍ ବିଳମ୍ବ ହୋଇପାରେ। ତେଣୁ ତାଙ୍କୁ ଘରକୁ ଫେରିବାକୁ ପଡିବ।

ବିଳମ୍ବ ପାଇଁ ଅହମ୍ମଦାବାଦ ଟ୍ରାଫିକ୍ କୁ ଦାୟୀ କରିବା ସହିତ, ଭୂମି ଚୌହାନ କହିଛନ୍ତି ଯେ ସେ ସହର ଅଞ୍ଚଳରେ ଜାମ୍‌ରେ ଫସି ରହିଥିଲେ। ଯେତେବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ବିମାନବନ୍ଦରରୁ ଘରକୁ ଯାଇଥିଲେ। ସେ କାରରେ ଖବର ପାଇଲେ ଯେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭୂମି ଚୌହାନ ସ୍ତବ୍ଧ ହୋଇଗଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ। ତଥାପି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପାଇଁ ସେ ଦୁଃଖିତ।