କଣିହାଁ ବ୍ଲକ ବଡଗୁଣ୍ଡୁରି ପଞ୍ଚାୟତର ୪୦ ହିତାଧିକାରୀଙ୍କୁ ମିଳିଲା ଭତ୍ତା

0

(କଣିହାଁ/ଜ୍ୟୋତିରଞ୍ଜନ ଧର ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବଡଗୁଣ୍ଡୁରି ପଞ୍ଚାୟତ ସଭାଗୃହ ପରିସରରେ ଶୁକ୍ରବାର ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଲୋକନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନସନ ଯୋଜନା ରେ ୪୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏହି ପଞ୍ଚାୟତ ର ଲୁହାମରା, ବଡଗୁଣ୍ଡୁରି, ବଡ଼ହୀରା, ଦେ’ଭୂଇଁ, ବଇଣ୍ଡା, ଜୋରାଡଙ୍ଗା ଆଦି ଗ୍ରାମର ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ଅବିବାହିତ, ବିଧବା ମାନଙ୍କୁ ସାମିଲ କରାଯାଇଥିବା ଜଣାପଡିଛି। ନାଏବ ସରପଞ୍ଚ ଅଞଳୀ ସାହୁ, ୱାଡ଼ ସଭ୍ୟ/ସଭ୍ୟା ଜୟନ୍ତ ନାୟକ, ମଞ୍ଜୁଲତା ଦେହୁରୀ, ପ୍ରାଣବନ୍ଧୁ ସାହୁ, ବ୍ରଜବନ୍ଧୁ ବେହେରା, ଝୁନୁରାଣୀ ବେହେରା, ପ୍ରେମଲତା ସାହୁ ପ୍ରମୁଖ ଭତ୍ତା ବଣ୍ଟନ ସହଯୋଗ କରିଥିଲେ।