ଅଭିଯୋଗ ପରେ ମୁହଁ ଖୋଲିଲେ ଭର୍ତ୍ତୃହରି

0

କଟକ/ଜଗନ୍ନାଥ ମହାନ୍ତି: କଟକ ଏମ ପି ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ଉପରେ ଯୌତୁକ ନିର୍ୟ୍ୟାତନା ଅଭିଯୋଗ ଆଣିଲେ ତାଙ୍କର ବୋହୂ। ଏହି ଖବର ପ୍ରସାରିତ ହେବ ପରେ ନିଜ ମତ ରଖିଛନ୍ତି ନିଜେ ଭର୍ତ୍ତୃହରି। ଏମପିଙ୍କ ନାଁରେ ଏଭଳି ଖବର ଆସିଛି ତେଣୁ ଚର୍ଚ୍ଚା ବଢୁଛି। ଏହି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ।ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ମୋ ପରିବାର ସମ୍ପର୍କିତ ଏହି ଖବର ଟି ବାରମ୍ବାର ପ୍ରସାରିତ କରୁଛି ବୋହୂ ୪ ରୁ ୫ ବର୍ଷ ହେବ ଏକାଠି ରହୁନାହାନ୍ତି। ଦିଲ୍ଲୀ ରେ ଉଭୟଙ୍କ ମଧ୍ୟରେ ବୁଝାସୁଝା ପାଇଁ ଉଦ୍ୟମ ହୋଇଥିଲା ପରେ ସମାଧାନ ନ ବାହାରିବାରୁ କୋର୍ଟ ଯାଇଛି ମାମଲା।