ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଦର ସୁବର୍ଣ୍ଣପୁର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ଲକ ର ୧୫ଟି ଗ୍ରାମ ପଞ୍ଚାୟତରୁ ଶତାଧୂକ ହିତାଧୂକାରୀ ଯୋଗ ଯୋଗଦେଇ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଭିନ୍ନ ଶାରୀରିକ ଭିନ୍ନକ୍ଷମଙ୍କ ସମେତ ଦୃଷ୍ଟି ବାଧୂତ, ଶ୍ରବଣ ବାଧୂତ, ସିକିଲ ସେଲ ପରି ପଞ୍ଜିକୃତ ହିତାଧିକାରୀଙ୍କ ସ୍ବାସ୍ଥ୍ୟଯାଞ୍ଚ ଓ ପରୀକ୍ଷଣ କରାଯାଇ ପ୍ରମାଣ ପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି। ବ୍ଲକଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସାମର୍ଥ୍ୟ ଶିବିରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧୂକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ସହ ପ୍ରଶାସନିକ ଅଧୂକାରୀ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।