ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ । ଭୁବନେଶ୍ୱର ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା ଓ କୁନି ଝିଅର ବେକ କାଟିବା ଘଟଣା । ଆସିଲା ମାନ୍ୟବର କୋର୍ଟଙ୍କ ରାୟ । ହତ୍ୟାକାରୀ ସ୍ୱାମିକୁ ଆଜିବନ ଜେଲ । ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଭୁବନେଶ୍ୱର ଏଡିଜେ ୨ କୋର୍ଟ ଏହି ରାୟ ଦେଇଛନ୍ତି ।
ସୂଚନା ଅନୁଯାୟୀ: ୨୦୨୨ ମସିହାରେ ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ଖେଳିଯାଇଥିବଲା ଚାଞ୍ଚଲ୍ୟ ।ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜିବ ଦାସ ନିଜ ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କରିବା ସହ ଛୁଆର ତଣ୍ଟି କାଠିଦେଇଥିଲା । କିନ୍ତୁ ଘଟଣା ସ୍ଥଳରେ ସ୍ତ୍ରୀ ର ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଥିଲା ନବ ଯାତ ଶିଶୁ । ଏହା ପରେ ପୋଲିସ ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି । ଭୁବନେଶ୍ୱର ଏଡିଜେ ୨ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ କୋର୍ଟ ନିଜ ରାୟରେ କହିଛନ୍ତି ଯେ , ଅଭିଯୁକ୍ତ ନିଜ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁଇଟି କୋମଳ ଶିଶୁଙ୍କ ଠାରୁ ତାଙ୍କ ମାଆଙ୍କୁ ଛଡାଇ ନେଇଛି । ତେଣୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।