ସିଭ୍‌ଲ କୋର୍ଟରୁ ଏକାଧିକ ପଜିଟିଭ ଚିନ୍ହଟ ,ସିଲ୍‌ କଲା ବିଏମ୍‌ସି

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ସର୍ବାଧିକ ରହିଛି ।

0

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ସର୍ବାଧିକ ରହିଛି । ଏହାରି ଭିତରେ ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ଏକାଧିକ ପଜିଟିଭ୍‌ ବାହାରିବା ପରେ ସୋମବାର ଏହାକୁ ସିଲ୍‌ କରିଛି ବିଏମ୍‌ସି ।

ସୂଚନାନୁଯାୟୀ , ଆସନ୍ତା ଦୁଇ ଦିନ ଅର୍ଥାତ ୧୮ ଏବଂ ୧୯ ତାରିଖ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ । ତେଣୁ ଏହି ସମୟରେ ସାଧାରଣ ଲୋକଙ୍କୁ କୋର୍ଟ ଆସିବାକୁ ବାରଣ କରାଯାଇଛି । ସେପଟେ ଜରୁରୀ ଶୁଣାଣି ଥିଲେ ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟ କରାଯିବା ନେଇ ଜିଲ୍ଲା ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଦିନ ହେବ କୋର୍ଟ ପରିସରରୁ ୧୭ ଜଣକ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।ପୁଣି ଦୈନିକ ୧୧ ହଜାରୁ ଅଧିକ ସଂକ୍ରମିତ ବାହାରିଛନ୍ତି। ୨୪ ଘଣ୍ଟାରେ ୧୧୦୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୦୬୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬୪୩୧ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୪୬୫୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ ଜଣ କୁ ବୃଦ୍ଧି ପାଇଛି।