ପାର୍ବଣ ପୂର୍ବରୁ ସତର୍କ କଲା କମିଶନରେଟ ପୋଲିସ: ପୂଜା ବଟି ମାଗିଲେ କରିପାରିବେ ଅଭିଯୋଗ
ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ୍ ପୋଲିସ- ୭୦୭୭୭୯୮୧୧୧
ଭୁବନେଶ୍ୱର : ଆସିଲାଣି ପାର୍ବଣ ଋତୁ । ଆଗକୁ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳି ପର୍ଯ୍ୟନ୍ତ ଚାଲିବ ପୂଜାର ମାହୋଲ । ଏଥି ପାଇଁ ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହା ସହ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏଣୁ ଆଡଭାଇଜରୀ ଜାରି କରିଛି କମିଶନରେଟ୍ ପୋଲିସ | କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ ।
ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ଅଭିଯୋଗ ଆସିଲେ ବାନ୍ଧିବ ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ ।