ଭୁବନେଶ୍ୱର : ଭୁବନେଶ୍ୱର ସହଦେବ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର ଡିସିପି ପ୍ରେସମିଟରେ ଦେଇଛନ୍ତି ଅନେକ ସୂଚନା ।
କହିଛନ୍ତି , ମାଷ୍ଟର ମାଇଣ୍ଡ ଙ୍କ ସହ 5 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ମାମଲା ର ମୁଖ୍ୟ ଅଭିଯୁକ୍ତ ଲଷ୍ମୀଧର ନାୟକ।ହତ୍ୟାକାଣ୍ଡରେ ସହଯୋଗ କରିଥିଲା ରକି ନାୟକ, ଲଷ୍ମୀ ନାୟକ, ଲିପିକା ନାୟକ, ରାକେଶ ନାୟକ l ଲଷ୍ମୀଧର ଙ୍କ ପତ୍ନୀ ହେଉଛନ୍ତି ଲିପିକା ଷଡଯନ୍ତ୍ର ର ସୂତ୍ର ଧର ଥିଲା ଲିପିକା l ହତ୍ୟା କରିବାକୁ ନିଜେ ସ୍ପଟକୁ ଯାଇଥିଲା ଲିପିକା l ଲିପିକା ଙ୍କ ସହ 4 ଜଣ ଦୁଇଟି ବାଇକ ରେ ଯାଇ ସହଦେଵ କୁ ହତ୍ୟା କରିଥିଲେ । ଲିପିକା ପୂର୍ବରୁ ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗାର ମାମଲା ଗିରଫ ହୋଇଥିଲା । ଗତ 5 ତାରିଖ ରେ ଜେଲ ରୁ ବାହାରିବା ପରେ ହତ୍ୟା କରିବାକୁ ଯୋଜନା କରିଥିଲା । ଦୁଇଟି ବାଇକ ସହ ହତ୍ୟାକାଣ୍ଡ ରେ ବ୍ୟବହୃତ ମରଣାସ୍ତ୍ର ଜବତ। ଲିପିକା ଙ୍କ ସହ 3 ଜଣ ଙ୍କୁ ନୟାଗଡ଼ ରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର । ଆଉ କିଛି ଅଭିଯୁକ୍ତ ଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି। ସେ ଦିଗ ରେ ତଦନ୍ତ ଚାଲିଛି । ବହୁ ଦିନ ରୁ ଉଭୟ ଙ୍କ ଭିତରେ ଶତ୍ରୁତା ଲାଗି ରହିଥିଲା। ଯେଉଁଥି ପାଇଁ ସହଦେଵ ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଯୋଜନା କରିଥିଲେ। ନିଶା କାରବାର ଦିଗ ନେଇ ତଦନ୍ତ ଚାଲିଛି କହିଲେ ଡିସିପି।