ପୁଣି ଥରେ ଶ୍ରେଷ୍ଠ ସ୍ମାର୍ଟ ସିଟି ଆୱର୍ଡ ପାଇଲା ଭୂବନେଶ୍ୱର

0

(ସୌମ୍ୟ ରଂଜନ ସେଠୀ) : ଦେଶରେ ଏକ ନମ୍ବର ସ୍ମାର୍ଟସିଟି ଭାବେ ପରିଚୟ ପାଇଥିବା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଆଉ ଏକ ପରୀଚୟ ମିଳିଛି । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍ସପୋରେ ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟସିଟି ବୋଲି ଆଓ୍ୱାର୍ଡ ଦିଆଯାଇଛି । ଏହି ଆଓ୍ୱାର୍ଡ ଦେଶର ଅନ୍ୟ ସ୍ମାର୍ଟସିଟି ଗୁଡିକ ମଧ୍ୟ ଆଶା ବାନ୍ଧି ରଖିଥିଲେ । କିନ୍ତୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଦେଶର ସମସ୍ତ ସ୍ମାର୍ଟସିଟିକୁ ପଛରେ ପକାଇ ଏହି ଆଓ୍ୱାର୍ଡ ହାତେଇ ନେଇଛି ।