୪୧.୧ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର

0

ଭୁବନେଶ୍ୱର: ତତଲା କଢେଇରେ ଭାଜୀ ହେଉଛି ଭୁବନେଶ୍ୱର । କଲବଲ ହେଉଛନ୍ତି ଲୋକେ ।ତାତିରୁ ରୀକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁ ଛନ୍ତି ଲୋକେ । ଘରବି ପାଲଟୁଛି ଚୁଲି ମୁହଁ । ବାହାରକୁ ବାହାରିବାତ ଦୁର କଥା ବିନା ଏସିରେ ଘରେ ରହିବା ବି କଷ୍ଟକର ହୋଇପଡୁଛି । ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪୧.୧ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ଏହା ପଛକୁ ରହିଛି ବାଲେଶ୍ୱର । ଯାହାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ଚାନ୍ଦବାଲିର ତାପମାତ୍ରା ୪୧ ଡିଗ୍ରୀ , ଝାରସୁଗୁସୁଡା ର ତାପମାତ୍ରା ୪୦.୪ଡିଗ୍ରୀ, ହୀରାକୁଦର ତାପମାତ୍ରା ୪୦.୩ ଡିଗ୍ରୀ , କେନ୍ଦୁଝରର ତାପମାତ୍ରା ୩୯.୬ ଡିଗ୍ରୀ, ସମ୍ବଲପୁରର ତାପମାତ୍ରା ୩୯ ଡିଗ୍ରୀ, ରାଉରକେଲା ର ତାପମାତ୍ରା ୩୮.୮ ଡିଗ୍ରୀ, ପାରଦ୍ୱୀପର ତାପମାତ୍ରା ୩୪.୨ ଡିଗ୍ରୀ , ପୁରୀ ର ତାପମାତ୍ରା ୩୪.୨ ଡିଗ୍ରୀ , ଗୋପାଳପୁରର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଯମ ଯନ୍ତ୍ରଣାରେ ଛଯପଟ ହେବେ ବୋଲି କୁହାଯାଉଛି ।