ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୂବନେଶ୍ୱର ଠାରେ ଦେଶର ପ୍ରଥମ ମହିଳା ବ୍ୟବସାୟ ମେଳା ଉଦଘାଟିତ ହୋଇଛି । ଜନତା ମଇଦାନରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ମେଳାରେ ପ୍ରାୟ ୧୫୦ରୁ ଅଧିକା ଷ୍ଟଲ ଥିବା ବେଳେ ମହିଳା ବ୍ୟବସାୟୀଙ୍କ ଦ୍ୱାରା ଏହା ପରିଚାଳିତ ହୋଉଛି ।
ଏହି କାର୍ୟ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ପ୍ରଦୀପ ସୁରେଖା, କେ.ବି ପାଣି, ତନୟା ପଟ୍ଟନାୟକଙ୍କ ସହ ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତା ଉପସ୍ଥିତ ଥିଲେ । ଏଥିରେ ୩୪ଟି ଖାଇବା ଷ୍ଟଲ, ପିଲାଙ୍କ ଖେଳ ସହ ସାଂସ୍କୃତିକ କାର୍ୟ୍ୟକ୍ରମ, ଫ୍ୟାସନ୍ ଶୋରର ଆୟୋଜନ କରାଯାଇଛି ।
ବଲିଉଡ୍ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ସହରକୁ ଆସି ଖୁବ୍ ଖୁସିବ୍ୟକ୍ତ କରିଥିଲେ । ମୁଁ ବିମାନବନ୍ଦରରୁ ଓହ୍ଲାଇବା ପରେ ସହରକୁ ଦେଖି ଆଶ୍ଚର୍ୟ୍ୟ ହେଲି । ଏତେ ସୁନ୍ଦର ସହର, ସୁନ୍ଦର ରାସ୍ତା ଦେଖି ମୁଁ ମନ୍ତ୍ରମୁଗ୍ଧ । ବିମାନବନ୍ଦରରୁ ହୋଟେଲ ମାତ୍ର ୧୫ ମିନିଟ ଲାଗିଲା । ମୁଁ ସାରା ପୃଥିବୀ ବୁଲିଛି ହେଲେ ଏଭଳି ସଙ୍ଗଠିତ ଭାବେ କାର୍ୟ୍ୟକ୍ରମ କରାଯିବ କେବେ ଦେଖିନାହିଁ । ଏଠି ପହଞ୍ଚିବା ପରେ ମୁଁ ଚକିତ ହୋଇଗଲି । ଭୁବନେଶ୍ୱର ମୋତେ ବହୁତ ଭଲ ଲାଗିଲା ବୋଲି କହିଛନ୍ତି ଲାରା ।