ଭୁବନେଶ୍ୱର: ଆଜି ଠାରୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଦିର୍ଘ ୧୮ ଦିନ ବନ୍ଦ ରହିବା ପରେ ତୁଟିଛି ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଂଘର ବିବାଦ । ଉଠା ଦୋକାନିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ନିସ୍ପତି ପରେ ଆଜି ଦିନ ୧୧ ଟା ଠାରୁ ଖୋଲିବ ବୋଲି କହିଛନ୍ତି ବ୍ୟବସାୟୀ । ବିଏମସିର ଚୁକ୍ତି ନାମା ପରେ ଆଜି ଠାରୁ ଖୋଲିବ ସମସ୍ଥ ସ୍ଥାୟୀ ବ୍ୟବସାୟୀ ମାନେ ଖୋଲିବେ ଦୋକାନ ।
ସୂଚନା ଅନୁସାରେ କିଛି ଦିନ ତଳେ ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ପରେ ମାର୍କେଟ ବିଲ୍ଡିଂ ଗତ ୧୮ ଦିନ ହେବ ବନ୍ଦ ରହିଥିଲା। ମାର୍କେଟ ବିଲ୍ଡିଂ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘର ଘୋଷଣା କରିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ନିଷ୍ପତ୍ତି ନେଇଥିଲା । ତେବେ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସି ସମ୍ମତି ପରେ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।