(ମମତା ସାମଲ): ତିତଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ରାଜ୍ୟ ତମାମ ବର୍ଷା ଜାରି ରହିଥିବାବେଳେ ସ୍ମାର୍ଟ ସିଟି ସ୍ଥିତି ସଙ୍ଗୀନ ହୋଇପଡିଛି । ୯୬ ମିଲିମିଟର ବର୍ଷା ହୋଇଛି । ଗତକାଲି ମଧ୍ୟରାତ୍ରିରୁ ଜାରି ରହିଥିବା ଲଗାଣ ବର୍ଷା ଫଳରେ ରାସ୍ତାଘାଟ ବୁଡିଯାଇଛି । ଏପରିକି ଘରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରସୁଲଗଡ, ଲକ୍ଷ୍ମୀସାଗର, ବରମୁଣ୍ଡା, ଜୟଦେବବିହାର, ଆଚାର୍ଯ୍ୟବିହାର, ଝାରପଡା, ପୁରୁଣା ଭୁବନେଶ୍ୱର ବେଶ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ୨ ଫୁଟ ଉପରେ ପାଣି ଚାଲୁଛି ।