ଭୁବନେଶ୍ୱର : ଅସହ୍ୟ ତାତି, ପ୍ରବଳ ଗ୍ରୀଷ୍ମପ୍ରବାହରେ ଛଟପଟ୍ ରାଜ୍ୟବାସୀ। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ସିଜିନର ପ୍ରଥମ ଥର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା । ଏହା ସହ ସବୁଠୁ ଉତ୍ତପ୍ତ ସହର ହୋଇଛି ଭୁବନେଶ୍ୱର । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା- ଭୁବନେଶ୍ୱର ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ରଉରକେଲା ୪୨.୫ ଡିଗ୍ରୀ, ଚାନ୍ଦବାଲି୪୨.୪ ଡିଗ୍ରୀ, ସମ୍ବଲପୁର ୪୨.୧ ଡିଗ୍ରୀ, ହୀରାକୁଦ ୪୧.୮ ଡିଗ୍ରୀ, ବାଲେଶ୍ୱର୪୧.୭ ଡିଗ୍ରୀ, କେନ୍ଦୁଝର୪୧.୫ ଡିଗ୍ରୀ, ଗୋପାଳପୁର ୩୫.୪ ଡିଗ୍ରୀ, ପୁରୀ ୩୪.୭ ଡିଗ୍ରୀ, ପାରାଦୀପ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।