ସୁନ୍ଦରଗଡ଼ / ରଞ୍ଜିତ କୁମାର ବାଗ: ଭାରତ ବର୍ଷରେ ସମସ୍ତେ ନିଜ ପରିବାର କଥା ଚିନ୍ତା କରନ୍ତି କିନ୍ତୁ ଏ ସମାଜରେ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜ କଥା, ଦୁଃଖ ଦରିଦ୍ର ଙ୍କ କଥା ଚିନ୍ତା କରନ୍ତି I ସେମାନଙ୍କ ମନରେ ମଣିଷ ଜାତି ପ୍ରତି ଭଲପାଇବା ଥାଏ, ମାନବିୟତା ଥାଏ, ଦୁଃଖୀ ରଙ୍କି ହେଉ ଅବା ଅସହାୟ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଦେବଦୂତ ସାଜିଥାନ୍ତି ସେମାନେ I ସେହିଭଳି ଜଣେ ପରୋପକାରୀ ସମାଜସେବୀ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟି l ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଭୁତୁଡ଼ା ପଞ୍ଚାୟତ ସାରକୁଣ୍ଡା ଗାଁର ଜଟ ସୂରିନ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହେଇ ଚଳିତ ମାସରେ ମୃତ୍ୟୁ ବରଣ କରିଛନ୍ତି l ଜଟଙ୍କ ଚିକିତ୍ସା ପାଇଁ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟି ନିଜ ଖର୍ଚ୍ଚରେ ଜଟଙ୍କୁ ଅନେକବାର ରାଉରକେଲା ଓ ବଣେଇ ସରକାରୀ ଚିକିତ୍ସାଳୟକୁ ମଧ୍ୟ ନେଇଛନ୍ତି କିନ୍ତୁ ଜଟଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉର୍ନତି ପାରିଲିକ୍ଷିତ ହେଇନଥିଲା l ଗୋଟିଏ ପଟେ ଅଭାବ ଅନାଟନ ଭିତରେ ଜଟଙ୍କ ପରିବାର ଥିବାବେଳେ ତାଙ୍କୁ ଅଧିକ ଚିକତ୍ସା ପାଇଁ ପରିବାର ପକ୍ଷେ ଆଉ ସମ୍ବଳ ନଥିଲା l ଯାହାଫଳରେ ଜଟ ଖଟ ଉପରେ ଶଯ୍ୟାସାଇ ହେଇ ପଡିରହିଥିଲେ l ଅଧିକ ଦେହ ଖରପ ହେବାରୁ ଚଳିତ ମାସ 14 ତାରିଖ ଜଟଙ୍କ ଦେହାନ୍ତ ହେଇଥିଲା l ଯାହାକୁ ନେଇ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିର ସମସ୍ତ ସଦଶ୍ୟ ସହାୟତାର ବଢ଼ାଇଛନ୍ତି l ସୁଧିକ୍ରିୟା ପାଇଁ ପଚାଶ କେଜି ଚାଉଳ ସହିତ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି l