ଢେଙ୍କାନାଳ: ଆଜିଷପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଅବସ୍ଥିତ ତୃତୀୟାଦେବ ଜୀଉ ମନ୍ଦିରରେ ସ୍ନାନ ପର୍ବ ପାଳିତ ହୋଇଯାଇଛି । ସକାଳ ୭ଟା ସମୟରେ ମନ୍ଦିର ମଧ୍ଯରୁ ପ୍ରଭୂ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ନାନାବିଧି ନୈବେଦ୍ୟ, ଚନ୍ଦନ, ରକ୍ତଚନ୍ଦନ, ହଳଦୀ, ଗଙ୍ଗାଜଳ ଆଦିରେ ପ୍ରସ୍ତୁତ ଜଳକୁଣ୍ଡ ରୁ ୧୦୮ କଳସୀ ଜଳ ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା । ସ୍ନାନ ସେବା ନିମନ୍ତେ ୧୨ ନମ୍ବର ୱାର୍ଡ ନୀବାସୀ ଭକ୍ତ ଭାରତୀ ସାହୁ ଚାନ୍ଦି ର ଏକ କଳସୀ ଦାନ କରିଥିଲେ । ଭୁବନ ତୃତୀୟାଦେବ ଜୀଉଙ୍କ ସ୍ନାନ ନୀତି ମନ୍ଦିର ମୁଖ୍ଯ ପୂଜକ ତୁଷାରକାନ୍ତି ମିଶ୍ର, ପୂର୍ଣ୍ଣାନନ୍ଦ ମିଶ୍ର ଓ ପଣ୍ଡା ସେବାୟତ ତଥା ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଥିଲା ।