ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାର୍ଟ ବାଇପାସ୍ ସର୍ଜରୀ ହେବ। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରଠାରୁ ତାଙ୍କୁ ୫ ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି।
ଗତ ଶୁକ୍ରବାର ଦିନ ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଆର ଆଣ୍ଡ ଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ପରୀକ୍ଷା ନିରୀକ୍ଷା ସହ ତାଙ୍କ ନିରୀକ୍ଷଣରେ ରଖାଯାଇଥିଲା । ଶେଷରେ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ ଆବଶ୍ୟକ ଥିବା ଟିମ ଅଫ ଡାକ୍ତର ପରୀକ୍ଷା ପରେ ଜାଣିବା ପରେ ତାଙ୍କ ସର୍ଜରୀ ପାଇଁ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରାଯାଇଛି ।