ମୋଦିଙ୍କୁ ବାଇଡେନଙ୍କ ପ୍ରଶଂସା

0

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜାପାନର ରାଜଧାନୀ ଟୋକିଓରେ । ସେଠାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଦୁଇ ନେତା । ଜୋ ବାଇଡେନ ମୋଦୀଙ୍କୁ ପ୍ରଶଂସା କରିଥିଲେ, କାରଣ ଭାରତରେ ଯେଉଁଭଳି ଭାବେ ମହାମାରୀ କରୋନାର ମୁକାବିଲା ସଫଳତାର ସହିତ ହୋଇଥିଲା ତାହା ବିଶ୍ୱରେ ଚର୍ଚ୍ଚା ସାଉଁଟିଛି । ଅନ୍ୟପଟେ କୋଭିଡ -୧୯ର ସଂକ୍ରମଣକୁ ରୋକିବାରେ ଚୀନ ବିଫଳ ହୋଇଥିବାରୁ ବାଇଡେନ ସମାଲୋଚନା କରିଥିଲେ। ବାଇଡେନ କହିଛନ୍ତି, ଲୋକତନ୍ତ୍ରକୁ ବଞ୍ଚାଇବାରେ ଭାରତର ପ୍ରୟାସ ସଫଳ ରହିଛି । ବର୍ତ୍ତମାନ ଲଢେଇ ଲୋକତନ୍ତ୍ର ବନାମ ନିରଙ୍କୁଶ ଶାସନ ମଧ୍ୟରେ ଚାଲିଛି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋ ବାଇଡେନ ଋଷ ଏବଂ ଚୀନ୍‌କୁ ନିରଙ୍କୁଶ ଶାସନର ଉଦାହରଣ କହିବା ସହ ଭାରତର ପ୍ରଶଂସା କରିଛନ୍ତି ।

କ୍ୱାର୍ଡ ଦେଶର ବୈଠକ ସମୟରେ ଆମେରିକା ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିନ୍ଦା କରାଯାଇଛି । ମୋଦିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଆମେ ଦୁଇ ଦେଶ ମିଳିତ ଭାବେ ବହୁତ କିଛି କରିପାରି୍ବା । ଆମେରିକ- ଭାରତ ସମ୍ପର୍କ ବିଶ୍ୱର ସବୁଠୁ ସୁଦୃଢ ସମ୍ପର୍କ ହେବା ପାଇଁ ଆମେ ସମସ୍ତେ କାମ କରୁଛୁ ।