ଡ୍ରାଗନକୁ ବାଇଡେନଙ୍କ ଚେତାବନୀ

0

ଟୋକିଓ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଚୀନ ତାଇୱାନକୁ ଧମକ ଦେଇଛି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଚୀନକୁ ଖୋଲା ଚେତାବନୀ ଦେଇଛନ୍ତି । କ୍ୱାର୍ଡ ବୈଠକରେ ଅଂଶଗ୍ରହଣ କରିବା ପାଇଁ ବାଇଡେନ ଜାପାନ ଗସ୍ତ କରିଛନ୍ତି । ତେଣୁ ଟୋକିଓରେ ରହିବା ସମୟରେ ବାଇଡେନ କହିଛନ୍ତି ଯେ, ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ଚୀନର ଧମକ ଉପରେ ଆମେରିକା ରାଷ୍ଟ୍ରପତି ବାଇଡେନ ଚୀନକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ, ତେବେ ଆମେରିକା ମିଲିଟାରୀ ଆକ୍ସନ ନେବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି ।