ଶୂନ୍ୟକାଳରେ ପୂର୍ବତନ ବିଧାୟକଙ୍କ ପେନସନ ବଢିବାସହ ବର୍ତ୍ତମାନର ଭତ୍ତା ବଢିବା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ

0

ଭୁବନେଶ୍ୱର : ଗୃହରେ ଉଠିଲା ପୂର୍ବତନ ବିଧାୟକଙ୍କ ପେନସନ ବଢିବା ପ୍ରସଙ୍ଗ | ପୂର୍ବତନ ବିଧାୟକଙ୍କ ଜୀବନ ଯିବିକା ଦୁର୍ବିସହ ହେଉଛି ବହୁତ କମ ପେନସନ ପାଉଛନ୍ତି | ପେନସନ ବଢାଇବା ପାଇଁ ଦାବି କଲେ ବିଧାୟକ | ବାଚସ୍ପତି ଦିନେ ପୂର୍ବତନ ବିଧାୟକ ଥିଲେ, ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥିବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ କମ |

ନେତା ଦିନ ରାତି କାମ କରନ୍ତି କଷ୍ଟ ପାଉଛନ୍ତି | ଜଣେ ବିଧାୟକର 4 ରୁ 5 ରୋଗ ଥିବ | ସୁଗାର ଠାରୁ ଆରମ୍ଭ କରି କିଡ଼ନୀ ରୋଗ ପର୍ଯ୍ୟନ୍ତ ରୋଗ ଥିବା ନିଶ୍ଚିତ | କିନ୍ତୁ  ଭତ୍ତା ମାତ୍ର 2 ହଜାର ଟଙ୍କା ମିଳୁଛି | ଦୁଃଖ କଷ୍ଟରେ ବହୁ ପୂର୍ବତନ ବିଧାୟକ ଅଛନ୍ତି ମାତ୍ର 30 ହଜାର ପେନସନ ପାଉଛନ୍ତି | ବିଧାୟକ ଜଣେ ନିର୍ବାଚନ ମଣ୍ଡଳୀ ପାଇଁ 2 ରୁ 3 ଲକ୍ଷ ଦରକାର | ନିର୍ବାଚନ ମଣ୍ଡଳୀ ଗଲେ 15 ହଜାର ତେଲ ପୋଡୁଛି ବୋଲି କହିଛନ୍ତି ବିଜେପି ବିଧାୟକ ପୂର୍ଣ୍ଣ ସେଠି |

ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବର୍ତମାନ ବିଧାୟକଙ୍କ ଭତ୍ତା ବୃଦ୍ଧି କରାଯାଉ ପ୍ରସଙ୍ଗ | ଗୃହରେ ଶୂନ୍ୟ କାଳରେ ଉଠାଇଲେ ତାରା ପ୍ରସାଦ ବାହିନୀ ପତି, ସନାତନ ବିଜୁଳି, ଅଶ୍ୱିନୀ ପାତ୍ର ଓ ପୂର୍ଣ୍ଣ ସେଠି |