୧୪ ବିଧାୟକ ଅଯୋଗ୍ୟ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପୁଣି କର୍ଣ୍ଣାଟକ ରାଜନୀତିରେ ଦେଖାଦେଇଛି ଅଶାନ୍ତି । କଂଗ୍ରେସ-ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି କେ. ଆାର୍. ରମେଶ । ବିରୋଧୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ଏଥି ମଧ୍ୟରେ ଅଛନ୍ତି ୧୪ଜଣ ବିଦ୍ରୋହୀ ବିଧାୟକ ।
୧୪ଜଣ ବିଦ୍ରୋହୀ ବିଧାୟକଙ୍କ ଭିତରୁ ଜେଡିଏସର ୬ ଏବଂ କଂଗ୍ରେସର ୮ଜଣ ବିଧାୟକ ଅଛନ୍ତି।ତେବେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ୟ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି । ଅର୍ଥାତ୍ ୨୦୨୩ ମଧ୍ୟରେ ଏହି ୧୪ ଜଣ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି ।