ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିଲା ବିଏମ୍ସି
ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବିଏମ୍ସି । ମୁମ୍ବାଇରେ ଏହା ବିଗ୍ ବି’ଙ୍କ ପ୍ରଥମ ବଙ୍ଗଳା ହୋଇଥିବା ବେଳେ ‘ଜଲ୍ସା’ ନାମରେ ଏଠାରେ ତାଙ୍କର ଆଉ ଏକ ବଙ୍ଗଳା ରହିଛି । ବେଆଇନ ନିର୍ମାଣ ଅଭିଯୋଗରେ
(ମୁମ୍ବାଇ) : ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବିଏମ୍ସି । ମୁମ୍ବାଇରେ ଏହା ବିଗ୍ ବି’ଙ୍କ ପ୍ରଥମ ବଙ୍ଗଳା ହୋଇଥିବା ବେଳେ ‘ଜଲ୍ସା’ ନାମରେ ଏଠାରେ ତାଙ୍କର ଆଉ ଏକ ବଙ୍ଗଳା ରହିଛି । ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍ସି ୨୦୧୭ରେ ଅମିତାଭଙ୍କୁ ନୋଟିସ୍ ଜାରି କରିଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ତେବେ ଏବେ ବଙ୍ଗଳାର କିଛି ଅଂଶ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍ସି ।
ସୁଚନାନୁଯାୟୀ , ବିଏମ୍ସି ୨୦୧୭ରେ ବିଗ୍ ବି’ଙ୍କ ବ୍ୟତୀତ ଆଉ ୭ ଜଣଙ୍କୁ ନୋଟିସ୍ ଜାରି କରିଥିଲା । ଏମାନଙ୍କ ମଧ୍ୟରେ ରାଜକୁମାର ହିରାନି, ପଙ୍କଜ ବାଲାଜୀ, ସଞ୍ଜୟ ବ୍ୟାସ, ହରେଶ ଖଣ୍ଡେଲୱାଲ, ହରେଶ ଜଗତାନି ଏବଂ ଓବରୟ ରିଅଲ୍ଟି ଅନ୍ତର୍ଭୁକ୍ତ । ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍ସି ଏହି ନୋଟିସ୍ ଜାରି କରିଥିଲା । କିନ୍ତୁ ଏତେ ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ କଂଗ୍ରେସ କାଉନସିଲର ତଥା ଓକିଲ ତୁଲିପ୍ ବ୍ରିଆନ୍ ମିରାଣ୍ଡା ଆପତ୍ତି ଉଠାଇଛନ୍ତି । ବଚ୍ଚନ ପରିବାରର ସମ୍ପତ୍ତି ହୋଇଥିବାରୁ ବିଏମ୍ସି ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ କହିଛନ୍ତି ।