ଆଦାନୀ ଗ୍ରୁପକୁ ବଡ଼ ଝଟକା; ୟୁଏନର ‘କମ୍ପାନୀଜ୍ ଟେକିଂ ଆକ୍ସନ’ ସୂଚୀରୁ ବାହାରିଲା ତିନି କମ୍ପାନୀ

0

ନୂଆଦିଲ୍ଲୀ : ଆଦାନୀ ଗ୍ରୁପକୁ କର୍ପୋରେଟ୍ ସ୍ତରରେ ବଡ଼ ଝଟକା ଲାଗିଛି । ଗ୍ରୁପର ତିନି କମ୍ପାନୀ ଆଦାନୀ ଗ୍ରୀନ, ଆଦାନୀ ଟ୍ରାନ୍ସମିଶନ ଏବଂ ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନମିକ୍ ଜୋନକୁ ‘କମ୍ପାନୀଜ୍ ଟେକିଂ ଆକ୍ସନ’ ସୂଚୀରୁ ବାହାର କରାଯାଇଛି । ଏହି ସୂଚୀକୁ ଜାତିସଂଘର ଏକ ଗ୍ରୁପ ସାଇନ୍ସ ବେସ୍ଡ ଟାର୍ଗେଟ୍ସ ଇନିସିଏଟିଭ୍ସ(ଏସବିଟିଆଇ) ଦ୍ୱାରା ପ୍ରକାଶ କରାଯାଇଥାଏ। ଏହି ଗ୍ରୁପ କମ୍ପାନୀଗୁଡିକ ପ୍ୟାରିସ ବୁଝାମଣା ହିସାବରେ ସାରା ବିଶ୍ବରେ କମ୍ପାନୀଗୁଡିକର ନିର୍ଗମନ ହ୍ରାସ କରାଇବା ପାଇଁ ଯୋଜନା ପ୍ରସ୍ତୁତିରେ ସହଯୋଗ କରିଥାଏ। ଏହି ବୁଝାମଣା ଅନୁସାରେ ଗ୍ଲୋବାଲ ୱାର୍ମିଂକୁ ସୀମିତ କରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥାଏ। ସାରା ଦୁନିଆ ଗ୍ଲୋବାଲ ୱାର୍ମିଂର ମୁକାବିଲା ପାଇଁ ଗ୍ରୀନ ଏନର୍ଜୀ ମୁହାଁ ହେବାରେ ଲାଗିଛି । ଏହି ମାମଲାରେ ଭାରତରେ ଆଦାନୀ ଗ୍ରୁପ ସବୁଠୁ ଆଗରେ ରହିଛି । ଏସବିଟିଆଇ ସୂଚୀରୁ ବାହାରିବା ପରେ ଏବେ ଆଦାନୀ ଗ୍ରୁପର ତିନି କମ୍ପାନୀକୁ ଲକ୍ଷ୍ୟ ହାସଲ ଦିଗରେ ଜାତିସଂଘର ସହଯୋଗ ମିଳିପାରିବନାହିଁ।