ବ୍ୟୁରୋ : ୱାକଫ ବୋର୍ଡ ବିଲ ପାଇଁ ଗଠିତ ହୋଇଥିବା ଜେପିସି ବୈଠକରେ ବଡ ହଙ୍ଗାମା । ବୈଠକରେ ପ୍ରବଳ ହଟଗୋଳ କରିବାରୁ ଦିନକ ପାଇଁ ନିଲମ୍ବିତ ହୋଇଛନ୍ତି ୧୦ ସାଂସଦ । ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ଜୋରସୋର ହୋହାଲ୍ଲା । ୧୦ ଜଣ ବିରୋଧୀ ସାଂସଦଙ୍କୁ ଗୋଟିଏ ଦିନ ପାଇଁ କମିଟି ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ନିଲମ୍ବିତ ହୋଇଥିବା ବିରୋଧୀ ସାଂସଦମାନେ ହେଉଛନ୍ତି କଲ୍ୟାଣ ବାନାର୍ଜୀ, ମହମ୍ମଦ ଜାବେଦ, ଏ ରାଜା, ଅସଦୁଦ୍ଦୀନ ଓଓ୍ବେସୀ, ନାସିର ହୁସେନ, ମୋହିବୁଲ୍ଲାହ, ଏମ ଅବଦୁଲ୍ଲା, ଅରବିନ୍ଦ ସାଓ୍ବନ୍ତ, ନଦୀମୁଲ ହକ୍, ଇମ୍ରାନ ମସୁଦ।
ଏହି ବୈଠକ ଆଜି ସକାଳେ ଆରମ୍ଭ ହୋଇଥିଲା । ଏପରିକି ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା । ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକରେ ବାରମ୍ୱାର ଉପେକ୍ଷା କରାଯାଉଛି । ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା । ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ । ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ ।