ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବେ ବଡ ଶିଳ୍ପପତି

0

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶାରେ ଯୋଗ ଦେବେ ବଡ ଶିଳ୍ପପତି। ଏଲ ଏନ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ଅନିଲ ଅଗ୍ରୱାଲ, ସଜନ ଜିନ୍ଦଲ, ନବୀନ ଜିନ୍ଦଲ, କରନ ଆଦାନୀ, ଟିଭି ନରେନ୍ଦ୍ରନ ପ୍ରମୁଖ ଯୋଗ ଦେବେ। ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଭିଏତନାମ ଇଟାଲୀ, ବେଲାରୁସ, ୟୁକେ ପରି ୧୬ ରାଷ୍ଟ୍ରର ୧୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେବେ। ୭୫୦୦ ଶିଳ୍ପ ପ୍ରତିନିଧି ଯୋଗ ଦେବେ।

ଭାରତ ଶିଳ୍ପ ବିଳ୍ପବ ର ନେତୃତ୍ୱ ନେବା କୁ ଓଡ଼ିଶା ପ୍ରସ୍ତୁତ। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି । ନୂଆ ସରକାରର ୭ ମାସ ମଧ୍ୟରେ ୧୫୯ ଶିଳ୍ପ କୁ  ଅନୁମୋଦନ ମିଳିଛି। ୨ ଲକ୍ଷ ୭୫ ହଜାର ପୁଞ୍ଜି ନିବେଶ ଆସିଛି ଓଡ଼ିଶା । ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।