ଭୁବନେଶ୍ୱର: ଡ୍ୟାନ୍ସ ବାରକୁ ନେଇ ଆସିଲା ବଡ଼ ଖବର । ବାରରେ ନାଚିବେନି ଯୁବତୀ । ବାରରେ ନାଚିବେନି କେବଳ ଗୀତ ଗାଇବେ । କେବଳ ଗୀତ ଗାଇବା ଓ ମ୍ୟୁଜିକାଲ ଆରକେଷ୍ଟ୍ରା ପାଇଁ ମିଳିଲା ଅନୁମତି । ଏହା ସହ ୨୧ବର୍ଷରୁ କମ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି । ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । ୩ ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ଅଶ୍ଳୀଳ ଡ୍ରେସ ପିନ୍ଧି ଯୁବତୀ ବାରରେ କାମ କରି ପାରିବେ ନାହିଁ କି ଷ୍ଟେଜ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ଗ୍ରାହକ ।