SBI ର ବଡ ଅଫର : ମାସକୁ ମାତ୍ର ୨୫୦ ଟଙ୍କା ନିବେଶ କଲେ ମିଳିବ ୧୭ ଲକ୍ଷ ଟଙ୍କା

0

ବ୍ୟୁରୋ : ବର୍ତ୍ତମାନ ସମୟରେ ଅର୍ଥ ସଭିଁଙ୍କୁ ଆବଶ୍ୟକ । ବଜାରରେ ଅନେକ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ସେଥିମଧ୍ୟରୁ ଏସବିଆଇର ଏକ ଖାସ୍ SIP ସ୍କିମ୍ ରହିଛି । ଏହି ସ୍କିମ୍ ମାସକୁ ମାତ୍ର ୨୫୦ ଟଙ୍କା ନିବେଶ କରି ୧୭ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ଆପଣମାନେ ଏସବିଆଇର ଜନନିବେଶ ଏସଆଇପିରେ ନିବେଶ କରି ବହୁତ ଫାଇଦା ପାଇ ପାରିବେ । ଏସବିଆଇ ମ୍ୟୁଚୁଆଲ ଫଣ୍ଡ ଓ ଏସବିଆଇ ମିଳିତ ଭାବେ ଜନନିବେଶ ଏସଆଇପି ସ୍କିମର ଶୁଭାରମ୍ଭ କରିଛନ୍ତି ।

ପ୍ରଥମ ଥର ନିବେଶ କରୁଥିବା ଲୋକଙ୍କୁ, ଗ୍ରାମୀଣ, ଅର୍ଦ୍ଧ-ସହରୀ, ସହରୀ କ୍ଷେତ୍ରରେ ରହୁଥିବା କ୍ଷୁଦ୍ର ସଞ୍ଚୟକାରୀଙ୍କୁ ମ୍ୟୁଚୁଆଲ ଫଣ୍ଡରେ ଭାଗନେବା ନେଇ ସଶକ୍ତ କରିବା ପାଇଁ ଏହା ଲଞ୍ଚ କରାଯାଇଛି । ୨୫୦ ଟଙ୍କାରୁ ଏଥିରେ ନିବେଶ ଆରମ୍ଭ କରିପାରିବେ । ଦୈନିକ, ସାପ୍ତାହିକ ଓ ମାସିକ ନିବେଶର ବିକଳ୍ପ ରହିଛି ।
ହେଲେ ୨୫୦ ଟଙ୍କା ନିବେଶ କରି କିପରି ୧୭ ଲକ୍ଷ ଟଙ୍କା ସଞ୍ଚୟ କରିବେ ତାହା ଏକ ବଡ ପ୍ରଶ୍ନ । ଏହା ସମସ୍ତେ ଭାବିବା ସ୍ୱାଭାବିକ ।

 

ଆପଣ ୧୨-୧୬ ପ୍ରତିଶତ ରିଟର୍ଣ୍ଣ ହିସାବରେ ଯଦି ୩୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଜାରି ରଖନ୍ତି, ତେବେ ୧୭ ଲକ୍ଷରୁ ଅଧିକ ଅର୍ଥ ସଂଗ୍ରହ କରିପାରିବେ । ଏହି ସ୍କିମ୍ରେ ମୋଟ ୯୦ ହଜାର ଜମା କରିବେ ଓ ୧୫ ପ୍ରତିଶତ ରିଟର୍ଣ୍ଣ ହିସାବରେ ୧୬,୬୨,୪୫୫ ଟଙ୍କା ପାଇବେ । ଏହି ଅବଧିକୁ ୪୦ ବର୍ଷ କରିଲେ ଉଠାଣ ସମୟରେ ୭୮ ଲକ୍ଷ ଟଙ୍କା ପାଇବେ। ତେବେ ନିବେଶ କରିବା ପୂବର୍ରୁ ପ୍ରଥମେ ଏସଆଇପିର କାଲକୁଲେସନକୁ ଭଲ ଭାବେ ବୁଝିବାକୁ ପଡ଼ିବ ।