ହ୍ବାଟ୍ସଆପ୍ ଗ୍ରୁପ ଜରିଆରେ ବଡ଼ ଠକେଇର ପର୍ଦ୍ଦାଫାଶ: ୨୪ ଗିରଫ

0

ଭୁବନେଶ୍ୱର: ବଡ଼ ଧରଣର ସାଇବର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ସାଇବର ଲୁଟ୍‌ର ୨୪ ଜଣଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପରେ କୋଟାକ୍ ଇନ୍‌ଭେଷ୍ଟମେଣ୍ଟ କ୍ଲବ୍‌ ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା। ୧୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ ଏହି ଲୁଟ୍ ଟଙ୍କା। କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ଟି ଟିମ୍ ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଅଭିଯୋଗକାରୀଙ୍କୁ ବର୍ତ୍ତମାନସୁଦ୍ଧା ୬.୮୦ ଲକ୍ଷ ଟଙ୍କା ଫେରାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଶ ମିଶ୍ର।