ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

0

ମୁମ୍ବାଇ: ସନା ମକବୁଲ ଜିତିଲେ ବିଗ୍ ବସ୍ ଓଟିଟି ୩ର ଟ୍ରଫି । ଶୁକ୍ରବାର ବିଗ୍ ବସ୍ ଓଟିଟି ୩ର ଫାଇନାଲ ଥିବା ବେଳେ ଏଥର ବିଜେତା ହୋଇଛନ୍ତି ଦିଭା ସନା । ରାପର୍ ନେଜିଙ୍କୁ ହରାଇ ଶୋର ଓ୍ବିନର ହୋଇଛନ୍ତି ସନା । ଟପ୍-୫ର ଫାଇନାଲ ଲିଷ୍ଟ ଥିଲେ ରଣବୀର ଶୌରୀ, ସାଇ କେତନ୍ ରାଓ, ନେଜି, ସନା ମକବୁଲ ଏବଂ କ୍ରିତିକା ମଲ୍ଲିକ୍ । ଏହି ୫ ଜଣଙ୍କୁ ନେଇ ବିଗ୍ ବସ୍ ଟ୍ରଫି କିଏ ହାତେଇବ ତାକୁ ନେଇ ଚାଲିଥିଲା ଟକ୍କର । ଯାହାର ଟ୍ରଫି ହାତେଇଛନ୍ତି ସନା ।  ବିଗ୍ ବସ୍ ର ତୃତୀୟ ସିଜନରେ ରାପର୍ ନାଜି ରନର୍ ଅପ୍ ହୋଇଛନ୍ତି ।

ରାପର୍ ନେଜିଙ୍କୁ ହରାଇ ସନା ମକବୁଲ ବିଗ୍ ବସ୍  ଟ୍ରଫି ଜିତିବା ସହ ୨୫ଲକ୍ଷ ଟଙ୍କାର ପ୍ରାଇଜ ମଧ୍ୟ ଜିତିଛନ୍ତି । ବିଗ୍ତ ବସ୍ ଓଟିଟି ୩ର ବିଜେତା ହେବା ପରେ ସନା ବହୁତ ଖୁସିଥିଲେ । ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ବିଗ୍ ବସ୍ ଓଟିଟି ୩ ବଲିଉଡ ସୁପରଷ୍ଟାର ଅନିଲ କପୁରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | ଗୋଟିଏ ଏପିସୋଡ ପାଇଁ ଅନିଲ କପୁରଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା। ସୂଚନାଯୋଗ୍ୟ ଯେ ବିଗ୍ ବସ୍  ଓଟିଟି ୨  ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | କରଣ ଜୋହର ବିଗ୍ ବସ୍ ଓଟିଟି ର ପ୍ରଥମ ସିଜିନର ହୋଷ୍ଟ ଥିଲେ |

ଫାଇନାଲିଷ୍ଟଙ୍କ ପରିବାର ବିଗ୍ ବସ୍ OTT 3 ର ଗ୍ରାଣ୍ଡ୍ ଫାଇନାଲ୍ ରେ ଯୋଗ ଦେଇଥିଲେ | ଏହା ସହିତ ବିଗ୍ ବସ୍ OTT 3 ର ଅନ୍ୟ ପ୍ରତିଯୋଗୀମାନେ ବିଗ୍ ବସ୍ OTT ର ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ | ବିଗ୍ ବସ୍ OTT ର ତୃତୀୟ ସିଜନ୍ ଜୁନ୍ ୨୧ରୁ ଜିଓ ସିନେମାରେ ଆରମ୍ଭ ହୋଇଥିଲା | ଏହି ସିଜିନରେ ସମୁଦାୟ ୧୬ ପ୍ରତିଯୋଗୀ ଥିଲେ |