ବହୁ ପ୍ରତୀକ୍ଷାର ଅନ୍ତ ଘଟି ଓଟିଟିରେ ବିଗ୍ ବସ୍

ଅପେକ୍ଷାର ଅନ୍ତ ଘଟିଛି । ରାତି ୮ଟାରେ ପ୍ରସାରିତ ହୋଇଛି ବିଗ୍ ବସ୍ ତାହା ପୁଣି ଓଟିଟିରେ । ତେବେ ଏଥର ବିଗ୍ ବସ୍ ଓଟିଟି କାର୍ଯ୍ୟକ୍ରମରେ ବହୁ ପରିବର୍ତ୍ତନ କରାଯାଇଛି। ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଯେ, ଏଥର ବିଗ୍ ବସ୍ ଟିଭି ବଦଳରେ ଓଟିଟି ପ୍ଲାଟଫର୍ମ ଜରିଆରେ ଲୋକମାନଙ୍କ ନିକଟରେ ପହଞ୍ଚିବ।

0

(ମୁମ୍ବାଇ) : ଅପେକ୍ଷାର ଅନ୍ତ ଘଟିଛି । ରାତି ୮ଟାରେ ପ୍ରସାରିତ ହୋଇଛି ବିଗ୍ ବସ୍ ତାହା ପୁଣି ଓଟିଟିରେ । ତେବେ ଏଥର ବିଗ୍ ବସ୍ ଓଟିଟି କାର୍ଯ୍ୟକ୍ରମରେ ବହୁ ପରିବର୍ତ୍ତନ କରାଯାଇଛି। ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଯେ, ଏଥର ବିଗ୍ ବସ୍ ଟିଭି ବଦଳରେ ଓଟିଟି ପ୍ଲାଟଫର୍ମ ଜରିଆରେ ଲୋକମାନଙ୍କ ନିକଟରେ ପହଞ୍ଚିବ। ପ୍ରଥମ ୬ ସପ୍ତାହ କାର୍ଯ୍ୟକ୍ରମ ବୁଟ୍ ଆପ୍‌ରେ ପ୍ରସାରଣ ହେବ। ତେବେ ଏଥର ଏହି କାର୍ଯ୍ୟକ୍ରମରେ ସଲମାନ ଖାନଙ୍କ ବଦଳରେ କରଣ ଜୋହାର ହୋଷ୍ଟ କରିବେ।

ସେପଟେ ବିଗ୍ ବସ୍‌ଙ୍କ ଘରର ଡିଜାଇନ୍‌ରେ ମଧ୍ୟ ଖୁବ୍ ପରିବର୍ତ୍ତନ କରାଯାଇଛି। ଏଥର ଘରର କାୟାକଳ୍ପ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇଛି। ଏହା ବିଗ୍ ବସ୍ ହାଉସ୍‌ର ଏଣ୍ଟ୍ରି ପଏଣ୍ଟ। ଏହାକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ରଙ୍ଗ ବେରଙ୍ଗୀ ପରଦାରେ ସଜାଯାଇଛି। ଏହା ବିଗ୍‌ ବସ୍ ଓଟିଟି ହାଉସ୍‌ର ସ୍ଵିମିଂ ପୁଲ୍। ଏହା ଉପରେ ଲ୍ୟାମ୍ପ ଲଗାଯାଇଛି। ପ୍ରତିଯୋଗୀଙ୍କ ଫିଟନେସ୍‌କୁ ଦୃଷ୍ଟିରେ ରଖି ଏହି ସୁନ୍ଦର ଜିମ୍‌ର ବ୍ୟବସ୍ଥା କରାଯାଇଛି। ଏହାର ଇଣ୍ଟେରିୟର ଡିଜାଇନ୍‌ ଉପରେ ମଧ୍ୟ ଖାସ୍ ଧ୍ୟାନ ଦିଆଯାଇଛି।

ଏହା ଲିଭିଂ ଏରିଆ। ଏଠାରେ ପ୍ରତିଯୋଗୀମାନେ ହୋଷ୍ଟ କରଣ ଜୋହାରଙ୍କ ସହ ସମ୍ପର୍କ କରିବେ। ବିଗ୍ ବସ୍‌ଙ୍କ ଆଖିରେ ଲିଭିଂ ରୁମ୍‌କୁ ସଜାଯାଇଛି। ବିଗ୍‌ ବସ୍‌ ଓଟିଟିର ନୂଆ ଖାସିୟତ ହେଉଛି ବଙ୍କ୍ ବେଡ୍। ଏହା ହେଉଛି ଗାର୍ଡେନ୍ ଏରିୟା। ଏଠାରେ ଏକ ପର୍ସନାଲାଜିଡ୍ ଏରିଆ ତିଆରି ହୋଇଛି।