ଅଗଷ୍ଟ ୧୬ରୁ ସ୍କୁଲ ଯିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
ବିହାରରେ ଅଗଷ୍ଟ ୧୬ରୁ ଖୋଲିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ସ୍କୁଲ । ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି।
(ପାଟଣା) : ବିହାରରେ ଅଗଷ୍ଟ ୧୬ରୁ ଖୋଲିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କ ପାଇଁ ସ୍କୁଲ । ଏଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏନେଇ ବିହାରର ଶିକ୍ଷା ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ଜାଣନ୍ତୁ ସ୍କୁଲ ଖୋଲିବା ନିମନ୍ତେ ଜାରି ହୋଇଥିବା ଗାଇଡଲାଇନ୍ ସମ୍ପର୍କରେ-
୧.ସ୍କୁଲ ପ୍ରଶାସନ ଦ୍ଵାରା ସ୍କୁଲ ବସ୍କୁ ଦିନକୁ ୨ ଥର ସାନିଟାଇଜ୍ କରାଯିବ।
୨.ସ୍କୁଲ୍ ବସ୍ ଗୁଡ଼ିକରେ ଏସି ବନ୍ଦ ରହିବ, ଭେଣ୍ଟିଲେସନ ପାଇଁ ବସ୍ର ଝରକା ଖୋଲା ରହିବ।
୩.ଛାତ୍ରମାନେ ବସ୍ରେ ଚଢିବା ସମୟରେ ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।
୪.ବସ୍ କଣ୍ଡକ୍ଟର ଏବଂ ଡ୍ରାଇଭର ମାସ୍ ପିନ୍ଧିବା ବାଧ୍ୟତାମୂଳକ
୫.ଛାତ୍ରଛାତ୍ରୀମାନେ ଯେକୌଣସି ବି ପରିସ୍ଥିତିରେ ସେମାନଙ୍କର ମାସ୍କ ଆଦାନ ପ୍ରଦାନ କରିବେ ନାହିଁ।
୬.ଛାତ୍ରମାନଙ୍କୁ ସଚେତନ କରିବା ପାଇଁ ସ୍କୁଲ ପରିସରରେ ନୋ ସ୍ପିଟ୍ ବ୍ୟାନର ଲଗାଯିବ।
୭.ଘରେ ନିର୍ମିତ ଲଞ୍ଚ୍ ବକ୍ସ ନେଇ ଆସିବେ ଛାତ୍ର, ବୁଲା ବିକାଳୀ କିମ୍ବା ଦୋକାନ ଠାରୁ ଛାତ୍ରଛାତ୍ରୀମାନଙ୍କୁ ଦୂରେଇ ରଖାଯିବ।
୮.ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କୁ କ୍ୟାମ୍ପସରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।