ବିହାର ପାଇବ କୋଟି କୋଟି କୋଟି ଟଙ୍କା ;ଓଡିଶା ବେଳକୁ ନାହିଁ

0

ଭୁବନେଶ୍ୱର; ବଜେଟ୍ ୨୦୨୫ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ କେତେ କଣ ଖର୍ଚ୍ଚ ହେବ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତା ରମଣ । ଏହାସହିତ କଣ କଣ ନୂଆ ଯୋଜନା ଓ ପୁରୁଣା ଯୋଜାନରେ କେତେ କଣ ଅର୍ଥ ବିନିଯୋଗ କଲେ, ମଧ୍ୟବିତ ତଥା ଦେଶବାସୀଙ୍କ ପାଇଁ ଠିକ୍ ବଜେଟ୍ ହେବ ତାକୁ ନେଇ କରାଯାଇଛି ସ୍ୱତନ୍ତ୍ର ଆଲୋଚନା । ଏହି ବଜେଟରେ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ । ସେପଟେ ଗତଥର ଆନ୍ଧ୍ର କୁ ବେଶି ଫୋକସ କରି ଓଡିଶାକୁ ଭୁଲିଯାଇଥିଲେ ଏଥର ବି ବିହାର ପ୍ରତି ବଡ ଘୋଷଣା କରି ଓଡିଶାକୁ ଭୁଲିଗଲେ । ବିହାରରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେଉଥିବାରୁ କେନ୍ଦ୍ର ସରକାରଙ୍କ ଫୋକସରେ ବିହାର ଫୋକସରେ ଥିବା ପରି ମନେ ହେଉଛି । । ଯାହାକୁ ନେଇ ଜାତୀୟ ରାଜନୀତିଠୁ ଆରମ୍ଭ କରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି ।ବିହାର ପାଇବ କୋଟି କୋଟି କୋଟି ଟଙ୍କା ନୀତିଶଙ୍କ ରାଜ୍ୟରେ ପ୍ରତିଷ୍ଠା ହେବ ମଖାନା ବୋର୍ଡ । ଖାଲି ଏତିକି ନୁହେଁ ବରଂ ଏହା ସହ ପ୍ରତିଷ୍ଠା ହେବ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଔଦ୍ୟୋଗିକତା ଓ ପରିଚାଳନା ପ୍ରତିଷ୍ଠାନ ଆଦି କେତେ କଣ । ବିହାରୀ ଶାଢୀ ପିନ୍ଧି ବିହାରର ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ଗୋଟିଏ ପରେ ଗୋଟିଏ ଯୋଜନା କରିଥିଲେ ନିର୍ମଳା ।ଘୋଷଣା ଅନୁସାରେ, ପାଟନା ବିମାନବନ୍ଦରକୁ ସମ୍ପ୍ରସାରଣ କରାଯିବା ପାଇଁ ବଜେଟ୍ରେ ବ୍ୟୟ ଅଚକଳ କରାଯାଇଛି । ଏହା ସହ ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଗ୍ରୀନଫିଲ୍ଡ ବିମାନ ବନ୍ଦର, ବିହତାରେ ଏକ ବ୍ରାଉନଫିଲ୍ଡ ବିମାନ ବନ୍ଦର ବି ହେବ । ସେହିପରି ମିଥିଳାଞ୍ଚଳରେ ଥିବା ପଶ୍ଚିମାଞ୍ଚଳ କୋସି କେନାଲ ଇଆରଏମ ପ୍ରକଳ୍ପ ଲାଗି ଆର୍ଥିକ ସହାୟତା ଘୋଷଣା ହୋଇଛି। ଗତ ୨୦୨୪ ବଜେଟରେ ବି ବିହାର ଲାଗି ୨୬ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ ନିର୍ମଳା। କାରଣ ବିଧାନସଭା ନିର୍ବାଚନ ଥିବାରୁ ବିହାର ଲାଗି ଘୋଷଣା ହୋଇଛି ମାଳମାଳ ଯୋଜନା ।