(ସୁରେଶ କୁମାର ସାମନ୍ତରାୟ): ବେଗୁନିଆ ସ୍ଥିତ ବିଜୁ ଜିମ୍ ସେଣ୍ଟର ପରିସରରେ ବେଗୁନିଆ ବ୍ଲକ ଅଂଚଳ ପାଇଁ ବିଜୁ କୃଷକ କଲ୍ୟାଣ ବୀମା କାର୍ଡବଂଟନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇ ଉପସ୍ଥିତ କୃଷକମାନଙ୍କୁ କାର୍ଡ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ ବ୍ଲକ ଅଂଚଳର ବିଭିନ୍ନ ପଚାଂୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବେଗୁନିଆ କୃଷିଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ସମେତ ସହକାରୀ କୃଷି ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏଥିରେ ୭ଶହ ୭୩ ଜଣଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଂଟନ ହେବାକୁ ଥିବା ବେଳେ ଉପସ୍ଥିତ କୃଷକ ମାନଙ୍କୁ କାର୍ଡ ବଂଟନ କରାଯାଇଛିି । ବଳକା ରହିଯାଇଥିବା କାର୍ଡ ଗୁଡିକୁ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଦ୍ୱାରା ବିଭୁିନ୍ନ ପଚାଂୟତ ଅଂଚଳରେ ବଂଟନ କରାଯିବ ବୋଲି ସୁଚନା ମିଳିଛି ।
.