ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କମକର୍ତ୍ତା ନିଯୁକ୍ତ : ନିଯୁକ୍ତି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କମକର୍ତ୍ତା ନିଯୁକ୍ତ । ନିଯୁକ୍ତି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମହାସଂଘ, କୋଇଲା, ଇସ୍ପାତ ଏବଂ ରେଳବାଇ ଶ୍ରମିକ ସାମୁଖ୍ୟ, ଷ୍ଟ୍ରିଟ ଭେଣ୍ଡର ସଂଘ, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଓଡିଶା ଜିପିଏଲଏଫ ମହାସଂଘ, ଓଡିଶା ରାସ୍ତା ଏବଂ କର୍ମଚାରୀ ମହାସଂଘ, ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ଅଲ ଓଡିଶା ଆଶାକର୍ମୀ ସାମ୍ମୁଖ୍ୟ, ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମହାସଂଘର ମୁଖ୍ୟ ସଂଯୋଜକ ହୋଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ସାଂସଦ ସୁଲୋତା ଦେଓ, ଶର୍ମିଷ୍ଠା ସେଠି ଓ ଦୁର୍ଗା ସାମନ୍ତରାୟ । ସେହିପରି ଷ୍ଟ୍ରିଟ ଭେଣ୍ଡର ସଂଘ ର ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ,ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ । ସେହିପରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଙ୍ଘର ମୁଖ୍ୟ ସଂଯୋଜକ ହେଲେ ସାଂସଦ ନିରଞ୍ଜନ ବିଶି, ବିଧାୟକ ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି । ସେହିପରି GPLF ମହାସଂଘର ମୁଖ୍ୟ ସଂଯୋଜକ ହେଲେ ଶ୍ରୀମୟୀ ମିଶ୍ର,ଦୀପାଳି ଦାସ ଓ ସୁଭଦ୍ରା ଦାସ ।

 

ଓଡ଼ିଶା ରୋଡ଼ ଓ ପରିବହନ କର୍ମଚାରି ମହାସଂଘ ମୁଖ୍ୟ ସଂଯୋଜକ ହେଲେ ସାଂସଦ ସୁଜିତ କୁମାର, ବିଧାୟକ ପ୍ରଣବ ବଳବନ୍ତରାୟ, ମିହିର କୁମାର ରାଉତ ଓ ନବ କିଶୋର ମହାନ୍ତି । ସେହିପରି ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହା ସଙ୍ଘ ର ମୁଖ୍ୟ ସଂଯୋଜକ ହେଲେ ଅନନ୍ତ ନାରାୟଣ ଜେନା,ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ କୁମାର ନାୟକ । ସେହିପରି ଅଲ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ ର ମୁଖ୍ୟ ସଂଯୋଜକ ହେଲେ ସ୍ୱରୂପ କୁମାର ଦାସ, ନିରଞ୍ଜନ ପାତ୍ର,ପ୍ରଦୀପ କୁମାର ନାୟକ । ସେହିପରି କୋଳ ମାଇନ ଶ୍ରମିକ ଓ ରେଲୱେ ଶ୍ରମିକ ର ମୁଖ୍ୟ ସଂଯୋଜକ ହେଲେ ସୁଶାନ୍ତ ବେହେରା, କୁନା ବିହାରୀ ଦାସ ଓ ପଞ୍ଚାନନ ସେନାପତି । ନିର୍ମାଣ ଶ୍ରମିକ ସଙ୍ଘ ର ମୁଖ୍ୟ ସଂଯୋଜକ ହେଲେବୈଦ୍ୟନାଥ ଦାସ, ରାଜେନ୍ଦ୍ର ଦାସ ଓ ଵାଲା ରାୟ । ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।