(ତାରାକାନ୍ତ ନାୟକ) : କଟକ ଜିଳ୍ଲା ମହଙ୍ଗା ନିର୍ବାଚନ ମଣ୍ଡଳୀ କୁଳିଆ ଆର ଏମ ସି ପଡ଼ିଆରେ ବିଜୁ ମହିଳା ଦଳର ମହାସମାବେଶ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତପ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । । ଏହି ପରିପେକ୍ଷୀରେ ମହିଳା ମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଏହି ସମାବେଶରେ ମନ୍ତ୍ରୀ ଓଷା ଦେବୀ , କଟକ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ସୁଭଦ୍ରା ଦାସ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତି ରେଖା ନାୟକ, ନିଶ୍ଚିତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା ଙ୍କ ସହ ରାଜ୍ୟ ଜିଲ୍ଲା , ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ଯୋଗଦେଇଥିଲେ । ହଜାର ହାଜାର ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ ।