ସୋନପୁର/ଓମପ୍ରକାଶ ମିଶ୍ର: ଦୀର୍ଘ ବର୍ଷରୁ ସୁବର୍ଣ୍ଣପୁର ସହର ର ଗାନ୍ଧୀ ପଡିଆ ନିକଟରେ ଥିବା ବିଜୁପଟ୍ଟୟକ ମହିଳା ଡିଗ୍ରୀ ମହା ବିଦ୍ୟାଳୟର ଶିକ୍ଷାନୀତି ଓ ଅର୍ଥନୀତିର ଘୋର ଅବ୍ୟବସ୍ଥା ଅନିୟମିତତା, ଡ଼ିଗ୍ରୀ କଲେଜ ହଷ୍ଟେଲ ରେ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ, ଅଧ୍ୟକ୍ଷପକ, କର୍ମଚାରୀଙ୍କ ବର୍ଷ ବର୍ଷ ଧରି ଇ ପି ଏଫ ବନ୍ଦ କରି ଜାଣିଶୁଣି ହଇରାଣ କରିବା, କର୍ମଚାରୀ ଓ ଛାତ୍ରୀଙ୍କ ସହ ସହଯୋଗ ନ ରଖିବା ଓ ମେନେଜିଙ୍ଗ କମିଟି ସଭାପତି ତଥା ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଆଦେଶ ପରାମର୍ଶ ସବୁକୁ ସମ୍ପୂର୍ଣ୍ଣ ଭାବେ ଆବମାମନା କରିବା, କଲେଜର ବିକାଶ କ୍ଷେତ୍ରରେ ଅସହଯୋଗ କରିବା ଏବଂ କର୍ମଚାରୀ ଓ ହଜାର ହଜାର ଛାତ୍ରୀଙ୍କ କାରିୟର ସହିତ ଖେଳ ଖେଳିବା ଭଳି ପୁଳାପୁଳା ଅଭିଯୋଗ ଅଧ୍ୟକ୍ଷକ୍ଷ ଙ୍କ ନାଁ ରେ ଆସିବା ପରେ ଆଜି ରାଜ୍ୟ ଶିକ୍ଷା ବିଭାଗ ର ପ୍ରିନସିପାଲ ସେକ୍ରେଟାରୀ ଓ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶକ ଙ୍କ ନିର୍ଦ୍ଧେଶ ଓ ଜ଼ିଲ୍ଲା ପ୍ରଶାସନ ର ଚିଠି ନମ୍ବର ୮୦୭୭ ମତେ ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷକ୍ଷ ବୈଜୟନ୍ତି ନାୟକ ଚାକିରୀରୁ ନିଲମ୍ବିତ ହୋଇଛନ୍ତି କ୍ଷ ଏ ଖବର ପାଇବା ପରେ କଲେଜ ଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ କଲେଜ ପରିଚାଳନା କମିଟି
ସଭାପତି ତଥା ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ସମଗ୍ର ଜ଼ିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ ସୁଧାର ଆଣିବା ରେ ଆଜି ଏହା ଏକ ବଡ଼ ପଦକ୍ଷେପ ଓ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଏ ଘଟଣା ସହର ତଥା ଜ଼ିଲ୍ଲା ରେ ଚର୍ଚ୍ଚା ପାଲଟିଛି କ୍ଷ ଏ ପଦକ୍ଷେପ ପାଇଁ ସହର ଓ ଜ଼ିଲ୍ଲା ର ସ୍ୱଛାସେବୀ, ବୁଦ୍ଧିଜୀବୀ ଏଡ଼ିଏମ ଙ୍କୁ ଜ଼ିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି କ୍ଷ ପ୍ରକାଶ ଥାଉ କି ଯେ ପୂର୍ବ ରୁ ଅନେକ ଜ଼ିଲ୍ଲାପାଳ ମାନଙ୍କ ନିର୍ଦ୍ଦେଶ ଓ ପରାମର୍ଶ ସବୁକୁ ମଧ୍ୟ ଅଧ୍ୟକ୍ଷକ୍ଷ ବେଖାତିର କରିଥିବା ଜଣା ପଡିଛି କ୍ଷ