ଅଜଣା ବାଇକ ଧକ୍କାରେ ବାଇକ ଚାଳକ ମୃତ

0

(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଳା ମଣ୍ଡି ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ଜୟପାଟଣା ଥାନା ପାବଳୀ ଗାଁର ଗିରିଧର ଦାସକାଠିଆ(୨୫)ବୋଲି ଜଣାପଡିଛି।ସେ ସକାଳେ ନିଜ ସାଙ୍ଗକୁ ଭବାନୀପାଟଣା କୁ ବାଇକ ଯୋଗେ ଛାଡି ଫେରୁଥିବା ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।