ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ପୁରୁଷଙ୍କ ସହ ଶିଶୁ କନ୍ୟା ଗୁରୁତର

0

ବରୀ/ ପ୍ରଶାନ୍ତ ଦ୍ବିବେଦୀ: ଆହତଙ୍କୁ ସାହାଯ୍ୟ କରି ଏବେ ଚର୍ଚ୍ଚାରେ ବରୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକ । ରତ୍ନଗିରି ଅଜାଣ ରାସ୍ତାର ଆଲିଆବାଦ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଯାଇଛି । ଏକ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ପୁରୁଷଙ୍କ ସହ ଶିଶୁ କନ୍ୟା ଗୁରୁତର ଆହତ ହୋଇପଡଥିଲେ । ସେଇ ରାସ୍ତା ଦେଇ ଯାଉଥିବା ବରୀ ବିଜେଡି ପ୍ରାର୍ଥୀ ବିଶ୍ୱ ରଂଜନ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଗୁରୁତରଙ୍କୁ ଗାଡ଼ିରେ ନେଇ ପ୍ରଥମେ ବରୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଗୁରୁତର ରତ୍ନଗିରି ଅଞ୍ଚଳର ଅମୂଲ୍ୟ ଦାସ ହୋଇଥିବା ବେଳେ ତାଙ୍କ ସହିତ ଥିବା କୁନି ଝିଅଟି ମଧ୍ୟ ଗୁରୁତର ଆହତ ହୋଇଛି।