ବିଜୁଜନତା ଦଳ ପକ୍ଷରୁ ବାଇକ ଶୋଭାଯାତ୍ରା ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

0

ଦାନଗଦୀ/ଚିତ୍ତରଞ୍ଜନ ସାହୁ : ଆଜି ମଧ୍ୟାହ୍ନରେ ବିଜୁ ଜନତାଦଳ ପକ୍ଷରୁ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଦାନଗଦି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶତାଧିକ କର୍ମୀ ତେଲିବାହାଳୀ ମହୋତ୍ସବ ପଡିଆରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବିଜ୍ଞାନୀ କାରିଗରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ଏବଂ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ବ୍ଲକ ପରିସରରେ ଥିବା ସଭାମଞ୍ଚ ପାଖକୁ ପାଛୋଟି ଆଣିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ଯେ ଓଡିଶାରେ କେହି ଜଣେ ବି ଭତ୍ତାରୁ ବଞ୍ଚିତ ରହିବେ ନାହିଁ, ଧାଡିର ଶେଷରେ ଥିବା ଲୋକଙ୍କ ପାଖରେ ମଧ୍ୟ ଆମେ ନିଶ୍ଚିତ ପହଁଚିବୁ ଓ ବାପା ଜେଜେ, ଜେଜେମାଙ୍କ ପରି ଲୋକଙ୍କ କାର୍ଯ୍ୟ କରିବା ମାନେ ମାନବ ସେବା ହିଁ ମାଧବ ସେବା ପରି ବୋଲି କହିଥିଲେ, ନର ଦେହେ ନାରାୟଣଙ୍କ ପରି ବୟସ୍କ ଲୋକ ମାନେ ସ୍ୱୟଂ ଭଗବାନଙ୍କ ସଦୃଶ ତାଙ୍କର କାମକୁ କେହି ଯେପରି ଅବହେଳା ନ କରନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସମସ୍ତ ନେତା ଓ ଅଫିସରଙ୍କୁ କହିଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ କହିଥିଲେ କାଗଜପତ୍ର ଠିକ ନ ଥିବାରୁ ଆବେଦନ କରିଥିବା ଯେଉଁ କେତେଜଣଙ୍କର ଭତ୍ତା ହୋଇପାରିନାହିଁ ଆପଣମାନେ ଆଉଥରେ ଆବେଦନ କରନ୍ତୁ ନିଶ୍ଚିତ ଭାବେ ଆପଣମାନଙ୍କର ତାହା ହୋଇଯିବ । ଏହା ସହ ଦୁଇ ମନ୍ତ୍ରୀ କିଛି ହିତାଧିକାରୀଙ୍କୁ ସ୍ୱହସ୍ତରେ ଭତ୍ତା ବଣ୍ଟନ କରିଥିଲେ । ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ୍ୟା ଅର୍ଚ୍ଚନା ଦାସ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଉପାଧ୍ୟକ୍ଷ ଅଜୟ ବିନ୍ଧାଣି, ବି. ଡି. ଓ ସାରଦା ପ୍ରସନ୍ନ ପଣ୍ଡା, ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କର ଓ ସମସ୍ତ ନେତୃମଣ୍ଡଳୀ, ଜନସାଧାରଣ ଉପସ୍ଥିତ ଥିଲେ, ପୋଲିସ ପ୍ରଶାସନତରଫରୁ ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।