ବସ ଧକ୍କାରେ ବାଇକ୍ ଆରୋହିଙ୍କ ମୃତ୍ୟୁ ଓ ଜଣେ ଗୁରୁତର

0

ମୁନିଗୁଡା/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଓ ଦେଓକପୁଲି ମଧ୍ୟବର୍ତ୍ତୀର ନୂଆସାହି ନିକଟରେ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି । ମୃତକ ଜଣ ହେଲେ ରଣାଗୁଡ଼ା ଗ୍ରାମର ଅଭୟ ଡୁବୁରୁକା ଓ ଆହତଙ୍କ ନାମ ଅମରେନ୍ଦ୍ର ଜାଗେରଙ୍ଗା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକ ସାର୍କିମା ପଞ୍ଚାୟତ ରଣାଗୁଡ଼ା ଗ୍ରାମର ଅଭୟ ଓ ଅମରେନ୍ଦ୍ର କୌଣସି କାମରେ ବାଇକ୍ ଯୋଗେ ମୁନିଗୁଡା ଆସି ପୁଣି ନିଜ ଗ୍ରାମକୁ ଫେରିବା ସମୟରେ କୁଟ୍ରାଗଡ଼ ଓ ଦେଓକୁପୁଲି ମଧ୍ୟବର୍ଗୀର ନୂଆସାହି ନିକଟରେ ମାଳତୀ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅଭୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅମରେନ୍ଦ୍ର ରାସ୍ତା କଡ଼କୁ ଛିଟକି ପଡ଼ିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧୂକ ଚିକିତ୍ସା ଲାଗି ବିଷମକଟକ ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୁନିଗୁଡା ପୋଲିସ ଦୁର୍ଘଟଣା ଘଟାଇ ଥିବା ବସ୍କୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖ୍ ଅଧିକ ତଦନ୍ତ ଜାରି ରଖିଛି  ।