ହେଲମେଟ ନଥିବାରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ

0

ଟାଙ୍ଗି/ରକେଶ ଜଗଦେବ: ହେଲମେଣ୍ଟ ନଥିବାରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ମୃତ ବାଇକ ଚାଳକଙ୍କ ନାମ ମନୋଜ କୁମାର ମଲିକ । ଘର ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳରେ ବୋଲି ଜଣା ପଡିଛି । ମନୋଜ ନିଜର ଜଣେ ବନ୍ଧୁଙ୍କ ସହ ବାଙ୍ଗାଲୋର ରୁ ନିଜ ଘର ମାର୍କୋଣା ଆସୁଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରେନ ମଧ୍ୟରେ ଗଲି ପଡ଼ିଥିଲା । ଫଳରେ ମନୋଜଙ୍କର ମୁଣ୍ଡ ରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ମନୋଜଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରିଥିଲେ । ଡାକ୍ତର ମନୋଜ କୁ ମୃତ ଘୋଷଣା କରିଛନ୍ତି । ମନୋଜଙ୍କ ବନ୍ଧୁ ହେଲମେଣ୍ଟ ପିନ୍ଧି ଥିବାରୁ ସମ୍ପୂର୍ଣ ଅକ୍ଷତ ଥିବା ଜଣା ପଡିଛି ।