ଭୁବନେଶ୍ୱର: ନନ୍ଦନକାନନ ଥାନା ଅର୍ନ୍ତଗତ ରଘୁନାଥପୁରରେ ବୋଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକ ଆରୋହୀ ଜଣକ ହେଲେ ବିକାସ ମହାନ୍ତି। ସୋମବାର ଅପରାହ୍ନ ପ୍ରାୟ ୫ଟାରେ ବାରଙ୍ଗରୁ ଏକ ବାଇକ ଓଡ଼ି0୫ଏଜେଡ ୧୩୧୫ ଯୋଗେ ବିକାସ ତାଙ୍କ ସ୍ତ୍ରୀ ଅଞ୍ଜନାବାଳା ଓ ପୁଅ ଜ୍ଞାନରଞ୍ଜନ ସହିତ ଭୁବନେଶ୍ବର ଯାଉଥିଲେ। ରଘୁନାଥପୁର ନିକଟରେ ପଛରୁ ଆସୁଥିବ ଏକ ବୋଲର ନଂ ଓଡ଼ି୧୯ଟି ୭୮୯୪ ଟି ବିକାସଙ୍କ ବାଇକ ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣା ସ୍ଥଳରେ ବିକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଅଞ୍ଜନାବାଳା ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟାଇବା ପରେ ବୋଲର ଘଟଣା ସ୍ଥଳରୁ ଚମ୍ପଟ ମରିଥିଲା। ସ୍ଥାନୀୟ ଲୋକ ପିଛା କରି ମୈତ୍ରୀବିହାର ଥାନାରେ ଜଣାଇ ଥିଲେ। ଥାନା ପୁଲିସ ବୋଲୋର୍କୁ ଜବତ କରି ନନ୍ଦନକାନନ ଥାନାକୁ ପଠାଇଛନ୍ତି। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।