ବକେୟା ଥିବା ବିଦ୍ୟୁତ ବିଲ ପାଇଁ ଓସ୍ଵାନ ନେଟ ଲାଇନ କଟିଲା, ସରକାରୀ କାମରେ ହଇରାଣ ହେଉଛନ୍ତି ଲୋକମାନେ

0

(କାମାକ୍ଷାନଗର / ସର୍ବେଶ୍ୱର ପାତ୍ର ) : ବିଜୁଳି ବିଭାଗ ସରକାରୀ କାର୍ୟ୍ୟାଳୟକୁ ବି ଛାଡ଼ିଲାନି ବକେୟା ବିଲ ଥିବାରୁ କଟିଲା ଲାଇନ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ ରେ ସରକାର ଙ୍କର ଲାଗିଥିବା ଓସ୍ଵାନ ଇଣ୍ଟରନେଟର ବକେୟା ବିଜୁଳି ବିଲ ପାଇଁ ୨୭ତାରିଖରେ ଏନଯେଏନ ତରଫରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି ।୧୧୬୭୮୫ ଟଙ୍କା ବାକି ଅଛି ଏହି ବାବଦରେ ଯାହାକି ୨୦୧୬ ମସିହାରୁ ବିଦ୍ୟୁତ ବିଲ ପଇଠ କରିନଥିବା ବିଭାଗ ତରଫରୁ କହିଛନ୍ତି ।ଏହି ଇଣ୍ଟରନେଟ ପାଇଁ ଆଜି ଦିନ ୧୨ଟାରୁ ବିଜୁଳି ବିଚ୍ଛିନ୍ନ କରାଯାଇଛି କିନ୍ତୁ ବେଟ୍ରି ରେ ଚାଲିଛି ବେଟ୍ରି ସରିଗଲେ ତାର ନେଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।ବ୍ଳକ ରେ ଲାଗିଥିବା ଏହି ଓସ୍ଵାନ ନେଟ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ, ତହସିଲ ଅଫିସ,କାମାକ୍ଷାନଗର ମେଡ଼ିକାଲ ଭଳି ଅନେକ ସରକାରୀ କାର୍ୟ୍ୟାଳୟ କୁ ଯାଇଥିବା ବେଳେ ଏହା କେବଳ ବ୍ଳକ ନାଁରେ ଆସୁଛି ବିଲ ।ଇଣ୍ଟରନେଟ ନଥିବାରୁ ବିଭିନ୍ନ ସରକାରୀ ଅଫିସରେ ଲୋକମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।