ଗୁଜରାଟ: ହୀରାଖଚିତ ମୋଦୀଙ୍କ ପ୍ରତିକୃତି। ଏପରି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ଗୁଜରାଟ ସୁରତର ଜଣେ ଆର୍କିଟେକ୍ଟ। ସୁରତ ବାସିନ୍ଦା ବିପୁଲ ଜେପିୱାଲା ନାମକ ଏହି କଳାକାର ଜଣେ ଇଂଜିନିୟର ମଧ୍ୟ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ଉଚ୍ଚ ପ୍ରଶଂସକ ଥିବାବେଳେ ଏବେ ତାଙ୍କ ପ୍ରତିକୃତି ପ୍ରସ୍ତୁତ କରି ପ୍ରସଂଶା ସାଉଁଟିଛନ୍ତି । ଏଥିରେ ସେ ୭୨୦୦ ହୀରା ବ୍ୟବହାର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୭ରେ ମୋଦୀଙ୍କ ୭୩ତମ ଜନ୍ମଦିବସ ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରତିକୃତି ଉପହାର ଦେବେ ।
ଗୃହର ଡିଜାଇନ କରିବା ତାଙ୍କର ପେସା ହୋଇଥିବା ବେଳେ ଚିତ୍ର ଆଙ୍କିବା ତାଙ୍କର ଏକ ନିଶା। ଏହି ବିରଳ ପ୍ରତିକୃତିଟି ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସାଢ଼େ ତିନିମାସ ସମୟ ଲାଗିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ ସମୟରେ ଆମେରିକାର ପ୍ରଥମ ମହିଳାଙ୍କୁ ହୀରା ଉପହାର ଦେଉଥିବା ଦେଖି ସେ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଏକ ହୀରାଖଚିତ ପ୍ରତିକୃତି ଉପହାର ଦେବାକୁ ମନସ୍ଥ କରିଥିଲେ ବିପୁଲ ଜେପିୱାଲା।