ଚାଷ ଜମିକୁ ପାଣି ମଡ଼ାଇବା ଦାବିରେ ରାସ୍ତାରୋକ

0

(ଓମ୍ ପ୍ରକାଶ ମିଶ୍ର): ଚାଷ ଜମିକୁ ପାଣି ମଡ଼ାଇବା ଦାବିରେ ଆଜି ସୁବର୍ଣ୍ଣପୁର ବୀରମାହାରାଜପୁର ରାସ୍ତାର ଭୁଦବର ଛକରେ ଚାଷିମାନେ ରାସ୍ତାରୋକ କରିଛନ୍ତି । ଗାଁର ଶହ ଶହ ଏକର ଧାନ ଚାଷ ଏବେ ପାଣି ଅଭାବରୁ ନଷ୍ଟ ହେବାକୁ ଯାଉଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି । ଅନ୍ୟ ପଟେ ଗାଁରେ ଥିବା ଉଭୟ କେନାଲ ଓ ଉଠା ଜଳ ସେଚନ ବ୍ୟବସ୍ଥାରେ ପାଣି ଆସୁନାହିଁ । ଏପରିକି ବିଦ୍ୟୁତ ସଂଯୋଗ ଅଭାବରୁ ଗାଁର ଚାଷ ଜମିରେ ଥିବା ୯ଟି ବୋରିଙ୍ଗ ମଧ୍ୟ ଦିର୍ଘ ଦିନ ଧରି ଅଚଳ ହୋଇପଡ଼ିଛି । ଏହି ସମସ୍ୟାକୁ ନେଇ ଚାଷିମାନେ ଆଗରୁ ବାରମ୍ବାର ବିଭାଗିୟ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ ପାଣିର ବ୍ୟବସ୍ଥା ନକରିବାକୁ ବାଧ୍ୟହୋଇ ରାସ୍ତାରୋକ ପରି ଆନ୍ଦୋଳନକୁ ଓହ୍ଲାଇଛୁ ବୋଲି ଚାଷିମାନେ କହିଛନ୍ତି । ଠେଙ୍ଗ ଜଳସେଚନ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଦେବାକୁ ପ୍ରତିବର୍ଷ ଜଳକର ଦେଉଥିଲେ ବି କେନାଲରେ ପାଣି ଆସୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ଆଗାମି ଦିନରେ ଚାଷି ଆନ୍ଦୋଳନକୁ ଅଧିକ ଯୋରଦାରେ କରାଯିବ ବୋଲି ପ୍ରଶାସନକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।