ଭୁବନେଶ୍ୱର: ଜାନୁଆରୀ ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବ। ରାଜନଗର ବନଖଣ୍ଡର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ପକ୍ଷୀ ଗଣନା ଅନୁଷ୍ଠିତ ହେବ। ତେବେ ଏନେଇ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୭ ତାରିଖରେ ପକ୍ଷୀ ବିଷାରଦ ମାନଙ୍କ ସହିତ ବନ କର୍ମଚାରୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବ। ଏହି ପ୍ରଶିକ୍ଷଣ ଶିବିର ହେବାର ଦିନକ ପରେ ଅର୍ଥାତ୍ ୧୮ ତାରିଖ ଦିନ ପକ୍ଷୀ ଗଣନା କରାଯିବ।
ସେହିପରି ଚିଲିକାରେ ମଧ୍ୟ ହେବ ପକ୍ଷୀ ଓ ଡଲଫିନ୍ ଗଣନା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଗଣନା କାର୍ଯ୍ୟ ହେବ । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା । କିନ୍ତୁ ୩ ଦିନ ଧରି ହେବ ଡଲଫିନ୍ ଗଣନା । ଶୁକ୍ରବାର ପକ୍ଷୀ ଗଣନା ପାଇଁ ଟ୍ରେନିଂ କ୍ୟାମ୍ପ ହେବ ଓ ତା’ପର ଦିନ ଅର୍ଥାତ ଶନିବାର ଦିନ ହେବ ପକ୍ଷୀ ଗଣନା । ସମଗ୍ର ଚିଲିକାରେ ହେବ ଏହି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜ ଇଲାକାରେ ଯଥା ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା, ରମ୍ଭା ବନ୍ୟପ୍ରାଣୀ ବିଭାଗର ଚିଲିକା ଏରିଆରେ ହେବ ପକ୍ଷୀଙ୍କ ଗଣନା କାର୍ଯ୍ୟ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହାର ଟିକ୍-ନିଖ୍ ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ ।