ନାଇଟ କର୍ଫ୍ୟୁ ବେଳେ ରାଜଧାନୀରେ ବାର୍ଥ ଡେ ସେଲିବ୍ରେସନ୍

0

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମାଇବାକୁ ସରକାର ରାତି କର୍ଫ୍ୟୁ ଜାରି କରିଛନ୍ତି । ଏହାକୁ ନମାନି ରାତି ୧୦ଟା ପରେ ରାସ୍ତା ଘାଟ ଶୂନ ଶାନ ହୋଇ ଯାଇଥିବା ବେଳେ ଆରମ୍ଭ ହେଉଛି ଅମାନିଆଙ୍କ ଉତ୍ପାତ । ହେଲେ ରାତି ଅଧରେ ସରକାରୀ କଟକଣାକୁ ନମାନି ଉତ୍ପାତ କଲେ କଠୋର ହେବ ପୁଲିସ ପ୍ରଶାସନ ।ଏଭଳି ଏକ ଘଟଣା ଗତକାଲି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ରାତି ୧୦ଟା ପରେ ଡେଲଟା ଛକରେ କେକ କାଟି ସେଲିବ୍ରେସନ କରୁଥିଲେ କିଛି ଅମାନିଆ ଯୁବକ । ତେବେ ରାତି ପାଟ୍ରୋଲିଂରେ ବାହାରି ଥିବା ପୁଲିସ କମିଶନରଙ୍କୁ ଦେଖି ଏହି ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ । ନାଇଟ କର୍ଫ୍ୟୁ ନିୟମ ଭଙ୍ଗ କରିଥିବାରୁ ଏମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛି କମିଶନରେଟ ପୁଲିସ । ବାର୍ଥ ଡେ ପାର୍ଟି କରୁଥିବା ଯୁବକମାନଙ୍କ ୧୨ରୁ ଅଧିକ ଗାଡ଼ିକୁ ଜବତ କରିଛି ।