ବିଷମ କଟକ /ରବିନ୍ଦ୍ର କୁମାର ସାହୁ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍ ରେ ତୃଣମୂଳସ୍ତରରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ଼ କରିବା ଅନୁସୂଚିତ ଜାତି ଓ ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିକାଶର ସେବା ଯୋଗାଇବା ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବାର ଲକ୍ଷ୍ୟ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଷମ କଟକ ଠାରେ ନେତୃତ୍ବ ବିକାଶ ମିଶନ (ଏଲ୍ଡିଏମ୍) ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଷମକଟକ ବ୍ଲକ୍ ସଦର ମହକୁମାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗଙ୍କ ସଭାପତିତ୍ୱରେ ନେତୃତ୍ର ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ବାଙ୍କନିଧି ବେହେରା,ଏଲଡିଏମ ଜାତୀୟ ସଂଯୋଜକ ମାନସ ମଲ୍ଲିକ, ଓବିସି ଜାତୀୟ ସଂଯୋଜକ ରାଜ୍ କିଶୋର ବାରିକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶଙ୍କର୍ଷଣ ମଙ୍ଗରାଜ, ବିଷମ କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ନୀଳମାଧବ ହିକକା ,ବିଷମ କଟକ ସରପଞ୍ଚ ନମିତା କୁଲେସିକା ,ଝିଗିଡ଼ି ସରପଞ୍ଚ ଶ୍ରୀଯୁକ୍ତ ଅଜିତ ସାରକା ଯୋଗଦାନ କରି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ତଥା କଂଗ୍ରେସ ଦଳକୁ ସଂଗଠିତ କରିବା ଏବଂ ଅନୁସୂଚିତ ଜାତି ଓ ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମାନକୁ କିଭଳି ଭାବରେ ଏକତ୍ରିତ କରିପାରିବା ଏବଂ ଉକ୍ତ ବର୍ଗର ଲୋକଙ୍କୁ କଂଗ୍ରେସ ବିଭଳି ଉତ୍କୃଷ୍ଟ ସେବା ଯୋଗାଇ ପାରିବ, ସେମାନଙ୍କ ବିକାଶ ପାଇଁ ବିଭଳି କାର୍ଯ୍ୟ କରିପାରିବ ଏକ ନେତୃତ୍ବ ବିକାଶ ମିଶନ ଟିମ୍ ପ୍ରସ୍ତୁତ କରାଯାଇ ଆସନ୍ତା ୨୦୨୪ ନିର୍ବାଚନରେ କଂଗ୍ରେସ ଦଳ ରାୟଗଡ଼ା ଜିଲ୍ଲାର ବିଷମକଟକ ବିଧାନ ସଭା ଆସନ ସହ କୋରାପୁଟ ଲୋକସଭା ଆସନକୁ ହାତଇବା ଯୋଜନା ପ୍ରସ୍ତୁତ କରାଯାଇଛି । ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳି ଓ ବ୍ଳକ ସ୍ତରୀୟ କମିଟି ଗଠନ କରାଯାଇ ଦଳକୁ ଆହୁରି ମଜଵୁତ ସ୍ତରକୁ ଅଣାଯାଇପାରିବ ଏବଂ ଯେଉଁ ପଞ୍ଚାୟତ ରେ ଦଳ ପଛରେ ଅଛି ସେପ୍ରତି ଅଧିକ ଧ୍ୟାନ ଦେଇ ତୃଣମୂଳ ସ୍ଥଳରେ ଦଳ ଲୋକଙ୍କ ଠାରେ ପଂହଚିପାରିବ ସେଥ୍ ପାଇଁ ଏଲଡିଏମ୍ ବୈଠକ ଅନୁଷ୍ଠିତ ହୋଇଥିବା ନେଇ ସୂଚନା ମିଳିଛି , ଏହି ବୈଠକରେ ଯୋଗ ଦେଇଥିବା ଜିଲ୍ଲାର ବିଭିନ୍ନ ବୁଥ୍ ରୁ ଆସିଥିବା କଂଗ୍ରେସ ନେତୃମଣ୍ଡଳୀକୁ ୨୦୨୪ନିର୍ବାଚନକୁ ଟାର୍ଗେଟରେ ରଖି କର୍ମୀ ଓ ନେତାମାନେ କାମ କରିବାକୁ ଆହ୍ବାନ କରାଯାଉଛି ।